ଏହି ସମୟରେ କରନ୍ତୁ ଭୋଜନ, କମିବ ଓଜନ

ଏହି ସମୟରେ କରନ୍ତୁ ଭୋଜନ, କମିବ ଓଜନ

ବିଶେଷ ଖବର


ଆଜିକାଲିର ଯୁବଗୋଷ୍ଠୀ ସମସ୍ତେ ସ୍ଲିମ୍‌ଫିଟ୍‌ ରହିବାକୁ ପସନ୍ଦ କରୁଛନ୍ତି। ଏମିତିକି ସେମାନେ ମୋଟାପଣରୁ ଦୂରେଇ ରହିବାକୁ ପ୍ରୟାସରେ ବିଭିନ୍ନ ଉପାୟ ଆପଣାଇଥାନ୍ତି। ଫଳରେ ସେମାନେ ମନ ମୁତାବକ ନିଜ ଶରୀରର ଓଜନ ହ୍ରାସ କରିଥାନ୍ତି। ଓଜନ କମାଇବା ପ୍ରାୟ ଲୋକେ ପାଇଁ ଖାଦ୍ୟ ଖାଇବା ବନ୍ଦ କରିଦିଅନ୍ତି। ନିଜ ୱେଟ୍ ଲସ୍ କରିବା ପାଇଁ ସାଲାଡ୍ ଆଦି ହାଲୁକା ଖାଦ୍ୟ ଖାଇଥାନ୍ତି। ହେଲେ ଆପଣ ଜାଣନ୍ତି ଏହା କରିବା ସ୍ୱାସ୍ଥ୍ୟ ପ୍ରତି ବିପଦପୂର୍ଣ୍ଣ। କାରଣ ୱେଟ୍ ଲସ୍ ପାଇଁ ଖାଦ୍ୟ ଛାଡ଼ିବା ଆବଶ୍ୟକ ନୁହେଁ ବରଂ ଖାଦ୍ୟପେୟରେ ନିୟନ୍ତ୍ରିତ ଡାୟେଟ୍‌କୁ ସାମିଲ କରିବା ଉଚିତ୍। ତେବେ ଆସନ୍ତୁ ଜାଣିବା କ’ଣ ଏହି ‘ବାଲାନ୍ସ ଡାୟେଟ୍’।
ଯେଉଁ ଖାଦ୍ୟଗୁଡ଼ିକରେ ସଠିକ୍ ପରିମାଣରେ କ୍ୟାଲ୍‌ସିୟମ, ପ୍ରୋଟିନ୍, ଫାଇବର ଓ ଭିଟାମିନ୍ ରହିଥାଏ ସେହି ଖାଦ୍ୟକୁ ‘ବାଲାନ୍ସ ଡାୟେଟ୍’ କୁହାଯାଏ। ଏହା ଖାଇବା ଦ୍ୱାରା ଶରୀରକୁ ଉପଯୁକ୍ତ ପୋଷଣ ମିଳିଥାଏ। କେଉଁ ସମୟରେ ଖାଦ୍ୟ ଖାଇଲେ ଓଜନ କମିପାରିବ ବୋଲି ନିକଟରେ ଏକ ରିସର୍ଚ୍ଚରେ ଦର୍ଶାଯାଇଛି। ତେବେ ଆସନ୍ତୁ ଜାଣିବା ରିସର୍ଚ୍ଚରେ କ’ଣ ସବୁ ଉଲ୍ଲେଖ ରହିଛି।

ୱେଟ୍ ଲସ୍ କରିବା ପାଇଁ କେଉଁ ସମୟରେ ଭୋଜନ ଗ୍ରହଣ କରିବା ଆବଶ୍ୟକ?
ବୈଜ୍ଞାନିକଙ୍କ ରିସର୍ଚ୍ଚ ଅନୁଯାୟୀ, ଭୋକ ଲାଗୁଥିବା ସମୟରେ ଖାଦ୍ୟ ଖାଇଲେ ଓଜନ କମିବାରେ ସହାୟତା ମିଳିଥାଏ। ତେଣୁ ଭୋକ ଲାଗିବା ସମୟରେ ଖାଦ୍ୟ ଖାଉଥିବା ଲୋକଙ୍କ ହିଁ ଓଜନ କମିବାର ଅଧିକ ସମ୍ଭାବନା ରହିଛି ବୋଲି ଡେଲି ନ୍ୟୁଜ୍ ଏଜେନ୍ସି ମେଲ୍‌ର ଏକ ରିପୋର୍ଟରେ ଦର୍ଶାଯାଇଛି।

୬୦୦୦ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ନେଇ ଏହି ରିସର୍ଚ୍ଚ କରାଯାଇଛି। ସେମାନଙ୍କୁ କିଛି ପ୍ରଶ୍ନ ପଚରାଯିବା ସହ ସେମାନଙ୍କ ଶରୀରକୁ ‘ବଡି ମାସ୍ ଇଣ୍ଡେକ୍ସ’ (ଈକ୍ଟୟଚ୍ଚ ଜ୍ଞବଗ୍ଦଗ୍ଦ ସଦ୍ଭୟରଙ୍ଘ) ଦ୍ୱାରା ଯାଂଚ କରାଯାଇଥିଲା।ଯାହାପରେ ସେମାନେଙ୍କ ଖାଇବା ଡାଏଟିଂ ଷ୍ଟାଇଲ୍‌କୁ ଯାଂଚ କରାଯାଇଛି। ଯେଉଁଥିରେ ୩ ଟି ପ୍ରକାରର ଖାଇବା ସମୟ ରହିଥିଲା। ସେଥିରେ ଭୋକ ଲାଗିବା ଦ୍ୱାରା ଖାଇବା, ଇମୋସ୍‌ନାଲ ହୋଇ ଖାଇବା ଓ କମ୍ ଖାଇବା ଅନ୍ତର୍ଭୁକ୍ତ କରାଯାଇଥିଲା।

ପ୍ରଭାବଶାଳୀ ନୁହେଁ ଡାଏଟିଂ

ଓଜନ କମାଇବା ପାଇଁ ଖାଦ୍ୟ ତ୍ୟାଗ କରିବା ଉଚିତ୍ ବୋଲି ଅନେକ ଲୋକ ପରାମର୍ଶ ଦିଅନ୍ତି। କିନ୍ତୁ ଏହା ଉଚିତ୍ ନୁହେଁ। ଭୋକିଲା ଥିବାବେଳେ ଖାଦ୍ୟ ଖାଇବା ଦ୍ୱାରା ଶରୀର ସୁସ୍ଥା ରହିବା ସହ ଓଜନ ହ୍ରାସ ମଧ୍ୟ ହୋଇଥାଏ।

Powered by Froala Editor