ଭୁବନେଶ୍ୱର: ଶରୀରକୁ ଠିକ ଭାବେ କାର୍ଯ୍ୟକାରୀ କରିବା ପାଇଁ ପ୍ରତିଦିନ ପର୍ଯ୍ୟାପ୍ତ ପରିମାଣର ଶକ୍ତି ଆବଶ୍ୟକ ହୋଇଥାଏ। ଏହାର ଅଭାବ ଯୋଗୁଁ ବ୍ୟକ୍ତି କ୍ଳାନ୍ତ ଏବଂ ଦୁର୍ବଳ ଅନୁଭବ କରେ। ଶରୀରର ଶକ୍ତି ତା ହ୍ରାସ ଯୋଗୁଁ ଦୌନନ୍ଦିନ ଜୀବନର ସାଧାରଣ କାର୍ଯ୍ୟକଳାପ କରିବା ମଧ୍ୟ କଷ୍ଟକର ହୋଇଯାଏ। ଆପଣ ବି ଏହିପରି ସମସ୍ୟାର ଶିକାର ହେଉଛନ୍ତି କି? ଏପରି ପରିସ୍ଥିତିରେ ନିୟମିତ ଭାବେ ଯୋଗସନ ଅଭ୍ୟାସ କରି ଶରୀରକୁ ସୁସ୍ଥ ଏବଂ ଫିଟ୍ ରଖିପାରିବେ।
ଯୋଗାସନ କେବଳ ଶରୀର ଏବଂ ମନକୁ ସୁସ୍ଥ ରଖେ ନାହିଁ ଏହା ଶାରୀରିକ କ୍ଷମତା ଏବଂ ଦୃଢତା ମଧ୍ୟ ବଢାଇଥାଏ। ଯୋଗ ଅଭ୍ୟାସ ସାମଗ୍ରିକ ଶାରୀରିକ ଏବଂ ମାନସିକ ଚେତନାରେ ଉନ୍ନତି ଆଣିବା ସହିତ ଜୀବନଶୈଳୀ ଉନ୍ନତି ଆଣିବାରେ ମଧ୍ୟ ସାହାଯ୍ୟ କରେ। ତେବେ ଆସନ୍ତୁ ଜାଣିବା କେଉଁ ଯୋଗାସନର ଅଭ୍ୟାସ କରି ଆପଣ ଶରୀରର କ୍ଷମତାକୁ ଉନ୍ନତ କରିପାରିବେ?
ଉଷ୍ଟ୍ରାସନ:ଉଷ୍ଟ୍ରାସନ କରିବା ଦ୍ୱାରା ଶରୀରର ଷ୍ଟାମିନା ବୃଦ୍ଧିପାଏ। ଏହା କରିବା ପାଇଁ, ଆପଣଙ୍କୁ ଆଣ୍ଠୁ ଭାଙ୍ଗି ବସିବାକୁ ପଡିବ ଏବଂ ପିଚାକୁ ଉଠାଇ ଅଣ୍ଟା ପାଖରୁ ପଛକୁ ଭାଙ୍ଗି ଶରୀରକୁ ବିସ୍ତାର କରନ୍ତୁ ଏବଂ ଆପଣଙ୍କ ଗୋଇଠିକୁ ହାତରେ ସ୍ପର୍ଶ କରନ୍ତୁ। ୧୫ ରୁ ୨୦ ସେକେଣ୍ଡ ପର୍ଯ୍ୟନ୍ତ ଏହିପରି ଅବସ୍ଥାରେ ରୁହନ୍ତୁ।
ସେତୁବନ୍ଧାସନ:ସେତୁବନ୍ଧାସନ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହା କରିବା ଦ୍ୱାରା ଶରୀର ଯଥେଷ୍ଟ ଶକ୍ତି ପାଇଥାଏ। ଏହି ଆସନର ନିୟମିତ ଅଭ୍ୟାସ ମଧ୍ୟ ହଜମ ପ୍ରକ୍ରିୟାକୁ ଉନ୍ନତ କରେ। ଏହା କରିବା ଅଧିକ କଠିନ ନ ହୋଇଥିବାରୁ ଏହାକୁ ପ୍ରାୟ ସମସ୍ତେ କରିପାରିବେ।
ନୌକାସନ:ଶରୀରର ଷ୍ଟାମିନା ବଢେଇବା ପାଇଁ କରାଯାଉଥିବା ଆସନ ମଧ୍ୟରେ ନୌକାସନ ଅନ୍ୟତମ। ଏହି ଆସନ କରି ଜଣେ ବ୍ୟକ୍ତି ଖାଲି ଯେ କେବଳ ନିଜର ଷ୍ଟାମିନାକୁ ବଢେଇବ ତାହା ନୁହେଁ, ବରଂ ସେ ନିଜର ଓଜନ ମଧ୍ୟ ହ୍ରାସ କରିପାରିବ। ଜଣେ ବ୍ୟକ୍ତି ଏହାକୁ ନିଜ ସାମର୍ଥ୍ୟ ଅନୁଯାୟୀ ଅଭ୍ୟାସ କରିବା ଉଚିତ, କାରଣ ଏହା କରିବାବେଳେ ପେଟରେ ବହୁତ ପ୍ରଭାବ ପଡିଥାଏ।
Powered by Froala Editor
