ଓଏଏସ୍‌ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଓଏଏସ୍‌ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ରାଜ୍ୟ ଖବର

ଭୁବନେଶ୍ୱର: ରାଜ୍ୟ ସରକାର ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ସ୍ତରରେ ଛୋଟ ଅଦଳବଦଳ କରିଛନ୍ତି । ବୁର୍ଲା ଭିମ୍‌ସାର୍‌ର ରେଜିଷ୍ଟ୍ରାର୍‌ ସୁବ୍ରତ କୁମାର ନାୟକଙ୍କୁ ବଦଳି କରାଯାଇ କଳାହାଣ୍ଡି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି । ଅନୁସୂଚିତ ଜାତି ଓ ଜନଜାତି ବିକାଶ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ମଙ୍ଗଳ ବିଭାଗର ଯୁଗ୍ମ ସଚିବ ଡ. ଶ୍ୱେତକୁମାର ଦାଶଙ୍କୁ ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ (ବିଡିଏ)ର ଯୁଗ୍ମ କମିଶନର୍‌ (ଇଷ୍ଟେଟ୍‌) ଭାବେ ବଦଳି କରାଯାଇଛି ।

ସେହିପରି କଟକ ଅବକାରୀ ବିଭାଗର ଯୁଗ୍ମ କମିଶନର୍‌ ଦିବ୍ୟଲୋଚନ ମହାନ୍ତଙ୍କୁ ବଦଳି କରାଯାଇ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ପରିଷଦର ଅତିରିକ୍ତ କାର୍ୟ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁଜୁରଙ୍କୁ ବୁର୍ଲା ଭିମ୍‌ସାର୍‌ର ରେଜିଷ୍ଟ୍ରାର୍‌ (ପ୍ରଶାସନ) ଭାବେ ନୂଆ ନିଯୁକ୍ତି ମିଳିଛି । ବଅଁରପାଳ ତହସିଲଦାର ଜିତେନ୍ଦ୍ର କୁମାର ସାହୁଙ୍କୁ ବଦଳି କରାଯାଇ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ, ଭୁବନେଶ୍ୱରର ଡେପୁଟି ସେକ୍ରେଟାରୀ ଭାବେ ଅବସ୍ଥାପିତ କରାଯାଇଛି ।



Powered by Froala Editor