ଭୁବନେଶ୍ୱର : ଫେବ୍ରୁଆରୀରେ ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି। ଉଭୟ ହାଥ୍ ସେ ହାଥ୍ ଯୋଡୋ କାର୍ୟ୍ୟକ୍ରମରେ ଉଭୟ ଯୋଗଦେବେ। ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ।
ଦ୍ଵିତୀୟ ପର୍ୟାୟରେ ଚାଲିଥିବା ଓଡ଼ିଶା କଂଗ୍ରେସର ଭାରତ ଯୋଡୋ ଯାତ୍ରା ଏବେ ସୁନ୍ଦରଗଡ଼ରେ ପହଞ୍ଚିଛି। ଆସନ୍ତା ୨ ତାରିଖରୁ ବୁଥ୍ ସ୍ତର ସଂଗଠନକୁ ମଜଭୂତ କରିବାକୁ ହାଥ୍ ସେ ହାଥ୍ ଯୋଡୋ କାର୍ୟ୍ୟକ୍ରମ ଆରମ୍ଭ କରିବ କଂଗ୍ରେସ। ଏହି କାର୍ୟ୍ୟକ୍ରମରେ ଖଡ଼ଗେ ଓ ପ୍ରିୟଙ୍କା ଗାନ୍ଧିଙ୍କୁ ଆଣି ନିର୍ବାଚନ ପୂର୍ବରୁ ପାୱାର ସୋ’ ଦେଖାଇବାକୁ ଯୋଜନା କରିଛି କଂଗ୍ରେସ।
Powered by Froala Editor
