ବେଦବ୍ୟାସ ପର୍ୟ୍ୟଟନ ସ୍ଥଳୀରେ ଭି.କେ ପାଣ୍ଡିଆନ

ବେଦବ୍ୟାସ ପର୍ୟ୍ୟଟନ ସ୍ଥଳୀରେ ଭି.କେ ପାଣ୍ଡିଆନ

ରାଜ୍ୟ ଖବର

ରାଉରକେଲା: ରାଉରକେଲାରେ ପୁରୁଷ ହକି ବିଶ୍ଵକପକୁ ଦୃଷ୍ଟିରେ ରଖି ପ୍ରମୁଖ ତୀର୍ଥସ୍ଥାନ ବେଦବ୍ୟାସର ଉନ୍ନତିମୂଳକ ଓ ସୌନ୍ଦର୍ୟ୍ୟକରଣ କାର୍ୟ୍ୟ କରାଯାଇଛି । ଯାହାର ସମୀକ୍ଷା କରିବାକୁ ପହଞ୍ଚିଛନ୍ତି  5T ସଚିବ ଭି.କେ ପାଣ୍ଡିଆନ । ବେଦବ୍ୟାସ ପର୍ୟ୍ୟଟନ ସ୍ଥଳୀରେ ସାଇକେଲ ଟ୍ରାକ, ପାଦଚଲା ରାସ୍ତା, ସୌନ୍ଦର୍ୟ୍ୟକରଣ କାର୍ୟ୍ୟ ସହିତ ୧୦ ଫୁଟର ବ୍ୟାସଦେବଙ୍କ ମୂର୍ତ୍ତି ଓ ୮ ଫୁଟର ଗଣେଶଙ୍କ ମୃର୍ତ୍ତି ନିର୍ମାଣ କରାଯାଇଛି । ରଙ୍ଗୀନ ଆଲୋକରେ ବେଦବ୍ୟାସ ମନ୍ଦିର ପରିସରକୁ ସଜ୍ଜିତ କରାଯାଇଛି । ପାହାଡ଼ରେ କୃତିମ ଝରଣା ନିର୍ମାଣ କରାଯିବା ସହ ବେଦବ୍ୟାସ ମନ୍ଦିର ଚାରିପଟେ ଉନ୍ନତି କରଣ କାର୍ୟ୍ୟ କରାଯାଇଛି । ଧାର୍ମିକ ସଭା ପାଇଁ ସମ୍ମିଳନୀ କକ୍ଷ ନିର୍ମାଣ କରାଯାଇଛି ।

ସେହିପରି ବେଦବ୍ୟାସ ମନ୍ଦିର ପରିସରରେ ପଟ୍ଟଚିତ୍ର ସହିତ ବିଭିନ୍ନ ଚିତ୍ର ଅଙ୍କନ କରାଯାଇଛି । ଶଙ୍ଖ ନଦୀ, କୋଏଲ ନଦୀ ଓ ସରସ୍ଵତୀ କୁଣ୍ଡର ମିଳନ ସ୍ଥଳରୁ ବ୍ରାହ୍ମଣୀ ନଦୀର ଉତ୍ପତ୍ତି ହୋଇଥିବାରୁ ତ୍ରିବେଣୀ ସଙ୍ଗମ ଭାବେ ପ୍ରସିଦ୍ଧ ତିର୍ଥସ୍ଥାନ ବେଦବ୍ୟାସ ବେଶ ପ୍ରସିଦ୍ଧି ରହିଛି। ତ୍ରିବେଣୀ ସଙ୍ଗମ ଭାବେ ପରିଚିତ ବେଦବ୍ୟାସରେ ବ୍ୟାସଦେବ ଜନ୍ମ ଗ୍ରହଣ କରିବା ସହ ମହାଭାରତ ରଚନା କରିଥିବା କିମ୍ବଦନ୍ତୀ ରହିଛି । ରାଜ୍ୟର ଏକ ପ୍ରମୁଖ ତୀର୍ଥସ୍ଥାନ ଓ ପର୍ୟ୍ୟଟନ ସ୍ଥଳୀ ବେଦବ୍ୟାସର ଉନ୍ନତିକରଣ ଓ ସୌନ୍ଦର୍ୟ୍ୟକରଣ କାର୍ୟ୍ୟ କରାଯାଇଥିବାରୁ ଏହାକୁ ବିଭିନ୍ନ ମହଲରେ ସ୍ଵାଗତ କରାଯାଇଛି ।

Powered by Froala Editor