କଟକ: ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତ୍ୟୁ ରହସ୍ୟ ଘେରରେ ଥିବା ବେଳେ ତାଙ୍କ ସ୍କୁଟି ଡିକିରୁ ଏକ ଚିଠି ମିଳିଛି। ଏହି ଚିଠିରେ ତାଙ୍କ ମୃତ୍ୟୁ ପାଇଁ ୨ଜଣ ଦାୟୀ ବୋଲି ଉଲ୍ଲେଖ ରହିଛି। ଜଣେ କୋଚ୍ଙ୍କ ସହ ଓସିଏର ଜଣେ ପୂର୍ବତନ ସଦସ୍ୟ ଦାୟୀ ବୋଲି ଦର୍ଶାଯାଇଛି। ତେବେ ଏହି ଚିଠିଟି ରାଜଶ୍ରୀଙ୍କ ହାତଲେଖା ନା ନାହିଁ ସ୍ପଷ୍ଟ ହୋଇ ନାହିଁ। ଗତକାଲି ଗୁରୁଡ଼ିଝାଟିଆ ପୁଲିସ ତାଙ୍କ ଗାଡ଼ି ଡିକିରୁ ଏହି ଚିଠିକୁ ଜବତ କରିଥିଲା। ଯାଞ୍ଚ ପାଇଁ ଚିଠିକୁ ଫରେନସିକ୍ ଲ୍ୟାବକୁ ପଠାଇଛି। ଅନ୍ୟପକ୍ଷରେ ସ୍କୁଟି ଡିକିରୁ ମିଳିଥିବା ଚିଠି ରାଜଶ୍ରୀଙ୍କର ହାତଲେଖା ନୁହେଁ ବୋଲି ତାଙ୍କ ମା’ କହିଛନ୍ତି। ଖୁବଶୀଘ୍ର ଓସିଏର କିଛି କର୍ମକର୍ତ୍ତାଙ୍କୁ ପୁଲିସ ପଚରାଉଚରା କରିପାରେ ବୋଲି ସୂଚନା ମିଳିଛି।
ମହିଳା କ୍ରିକେଟର ରାଜଶ୍ରୀ ଗତ ୧୧ ତାରିଖରୁ ନିଖୋଜ ଥିଲେ। ଗତକାଲି ତାଙ୍କ ଝୁଲନ୍ତା ମୃତଦେହ କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ସୁବାଷି ରିଜର୍ଭ ଫରେଷ୍ଟରୁ ଗଛରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ସୁବାଷି ରିଜର୍ଭ ଫରେଷ୍ଟରେ ପ୍ରଥମେ ରାଜଶ୍ରୀଙ୍କ ସ୍କୁଟି ଓ ହେଲମେଟ୍ ମିଳିଥିଲା। ତା’ପରେ ସେଠାରୁ ପ୍ରାୟ ୨୦୦ ମିଟର ଦୂରରେ ତାଙ୍କ ମୃତଦେହ ମିଳିଥିଲା।
Powered by Froala Editor
