ରାଇସ୍ ମିଲ୍‌ରେ ଅଘଟଣ, ବସ୍ତା ତଳେ ଚାପି ହୋଇ ଦୁଇ ମୃତ

ରାଇସ୍ ମିଲ୍‌ରେ ଅଘଟଣ, ବସ୍ତା ତଳେ ଚାପି ହୋଇ ଦୁଇ ମୃତ

ରାଜ୍ୟ ଖବର


ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ରାଇସ୍ ମିଲ୍‌ରେ ଅଘଟଣ। ଚାଉଳ ବସ୍ତା ତଳେ ଚାପି ହୋଇ ଦୁଇ ମୃତ। ମୃତକଙ୍କ ମଧ୍ୟରେ ଜଣେ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଜଣେ ବଡ଼ମ୍ବା ଅଞ୍ଚଳର ବୋଲି ଜଡ଼ାପଡ଼ିଛି।
ସୂଚନାନୁଯାୟୀ, ଓଡ଼ଗାଁ ମା ମଙ୍ଗଳା ରାଇସ୍ ମିଲ୍‌ରେ ଚାଉଳ ଷ୍ଟକୟାର୍ଡରେ ଦୁଇ ଜଣ ଚେକିଂ କରୁଥିଲେ। ଏହି ସମୟରେ ହଠାତ୍ ଉପରେ ଥିବା ଚାଉଳ ବସ୍ତା ଭାଙ୍ଗି ପଡ଼ିଥିଲା। ଯାହାଫଳରେ ଚାଉଳବସ୍ତା ତଳେ ଦୁଇ ଜଣ ଚାପି ହୋଇଯାଇଥିଲେ। ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ଗଞ୍ଜାମ ଜିଲ୍ଲା ତିରିସିଙ୍ଗ ଅଞ୍ଚଳର ରାମେଶ୍ଵର ଦିହୁଡ଼ି ହୋଇଥିବା ବେଳେ ଅନ୍ୟ ଜଣେ ବଡ଼ମ୍ବା ଅଞ୍ଚଳର ପ୍ରମୋଦ ମହାରଣା ବୋଲି ଜଣାପଡ଼ିଛି।



Powered by Froala Editor