ହ୍ରାସ ପାଇଛି ତାପମାତ୍ରା :ଉତ୍ତର ଭାରତକୁ ରେଡ ଆଲର୍ଟ ଜାରି

ହ୍ରାସ ପାଇଛି ତାପମାତ୍ରା :ଉତ୍ତର ଭାରତକୁ ରେଡ ଆଲର୍ଟ ଜାରି

ଜାତୀୟ ଖବର

ନୂଆଦିଲ୍ଲୀ: ଉତ୍ତର ଭାରତରେ କୁହୁଡ଼ିର ଆସ୍ତରଣ। ଆଜି ରାଜଧାନୀରେ ଚଳିତ ଶୀତ ଋତୁର ସର୍ବନିମ୍ନ ତାପମାତ୍ରା ୧.୪ ରେକର୍ଡ ହୋଇଛି। ଦିଲ୍ଲୀ ସମେତ ଉତ୍ତର ଭାରତର ଅନ୍ୟ ସମସ୍ତ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଆସନ୍ତା ତିନି ଦିନ ପାଇଁ ପୁରା ଉତ୍ତର ଭାରତକୁ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

ଆଜି ସକାଳୁ ଦିଲ୍ଲୀ, ପଞ୍ଜାବ, ହରିଆଣା, ୟୁପି, ରାଜସ୍ଥାନରେ ପ୍ରବଳ ଶୀତ ପ୍ରକୋପ ସହ ଘନ କୁହୁଡ଼ି ଦେଖାଯାଇଛି। ଆସନ୍ତା ତିନି ଦିନ ପାରା ମାଇନସ୪ ଡିଗ୍ରୀ ପର୍ୟ୍ୟନ୍ତ ଖସିବାର ସମ୍ଭାବନା ରହିଛି । ଘନ କୁହୁଡ଼ି ଯୋଗୁ ଟ୍ରେନ ଓ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଟ୍ରେନ ଓ ବିମାନ ବିଳମ୍ବ ଯୋଗୁ ଯାତ୍ରୀମାନେ ଘଣ୍ଟା ଘଣ୍ଟା ଧରି ଷ୍ଟେସନ ଓ ବିମାନବନ୍ଦରରେ ଅପେକ୍ଷା କରିରହିଛନ୍ତି ।


ସେପଟେ ଜମ୍ମୁ-କାଶ୍ମୀର, ହିମାଚଳ, ଗୁଜରାଟ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ଭଳି ରାଜ୍ୟରେ ଭୀଷଣ ଥଣ୍ଡା ଅନୁଭୂତ ହେଉଛି । ପାହାଡ଼ି ରାଜ୍ୟରେ ପ୍ରବଳ ତୁଷାରପାତ ଯୋଗୁ ଶୀତ ପ୍ରକୋପ ବଢ଼ିଛି ।

Powered by Froala Editor