ସାନଖେମୁଣ୍ଡି : ଜନ୍ମକଲା ଝିଅକୁ କୂଅରେ ଫିଙ୍ଗି ଦେଇ ଚାଲିଗଲା ମାଆ। କାନ୍ଦ ଶୁଣି କୂଅ ଭିତରୁ ଶିଶୁ କନ୍ୟାକୁ ଉଦ୍ଧାର କଲେ ପାଖ ପଡ଼ୋଶୀ। ଗୁରୁବାର ବିଳମ୍ବିତ ରାତ୍ରିରେ ସାନଖେମୁଣ୍ଡି ବ୍ଲକ କଙ୍କରଡ଼ା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଶିଶୁକନ୍ୟାକୁ ଫିଙ୍ଗି ମାଆ କେଉଁଆଡ଼େ ଫେରାର୍ ହୋଇଯାଇଛି।
ସୂଚନାନୁଯାୟୀ, ଗୁରୁବାର ବିଳମ୍ବିତ ରାତ୍ରିରେ ସାନଖେମୁଣ୍ଡି ବ୍ଲକ କଙ୍କରଡ଼ା ବ୍ରାହ୍ମଣ ସାହିରେ ଅଭାବନୀୟ ଘଟଣା ଘଟିଛି। ଏକ ଶିଶୁ କନ୍ୟାକୁ ତାର ଜନ୍ମକଲା ମାଆ କୂଅ ଭିତରକୁ ଠେଲି ଦେଇ କେଉଁଆଡ଼େ ଚାଲିଯାଇଥିଲା। ଶିଶୁ କନ୍ୟାଟିର କାନ୍ଦ ଶୁଣି ପାଖ ପଡୋଶୀ ଦଉଡ଼ି ସାହାଯ୍ୟରେ ଉଦ୍ଧାର କରିଛନ୍ତି। ତେବେ ମହିଳା ଜଣଙ୍କ କେଉଁଆଡ଼େ ଫେରାର୍ ହୋଇଯାଇଛନ୍ତି। ଶିଶୁକନ୍ୟାକୁ କାହିଁକି ଫୋପାଡିଲେ ତାହାର କାରଣ ସ୍ପଷ୍ଟ ଜଣାପଡ଼ି ନାହିଁ।
Powered by Froala Editor
