ଓଡ଼ିଶାରେ ଯେତିକି ପାର୍ଟି ଅଛନ୍ତି, ସେସବୁର ସଭାପତି ହେଉଛନ୍ତି ନବୀନ ପଟ୍ଟନାୟକ । ସେ ଅଲ ପାର୍ଟି ପ୍ରେସିଡେଂଟ । ବିଜେଡି ସବୁ ମ୍ୟାନେଜ କରୁଛି । ତେଣୁ ବିରୋଧୀ ଦଳଗୁଡ଼ିକ ଉଠିପାରୁନାହାନ୍ତି । ଓଡ଼ିଶାରେ ସୁଦୃଢ଼ ବିରୋଧୀ ଦଳର ଆବଶ୍ୟକତା ରହିଛି । ସାଧାରଣ ଲୋକେ ଏଭଳି ଆବଶ୍ୟକତା ଅନୁଭବ କରୁଛନ୍ତି ବୋଲି ବିଜେପି ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ତଥା ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ଶିଶିର ଗମାଙ୍ଗ କହିଛନ୍ତି ।
ସେହିପରି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିଜେଡି ସହ ଲଢ଼େଇ କରିବା ପାଇଁ ଓଡ଼ିଶାରେ ଉପଯୁକ୍ତ ପ୍ରତିଦ୍ୱନ୍ଦ୍ୱୀ ତିଆରି ହେବାର ଆବଶ୍ୟକତା ରହିଛି । ଏବେ ବିଜେଡି ସହ ଲଢ଼େଇ ପାଇଁ ପ୍ରତିଦ୍ୱନ୍ଦ୍ୱୀ ହିଁ ନାହାନ୍ତି । ଓଡ଼ିଶାରେ ଥିବା ବିରୋଧୀ ଦଳଗୁଡ଼ିକ ବିଜେଡି ସହ ଲଢ଼ିବାକୁ ସମର୍ଥ ହେଉନାହାନ୍ତି । ବିରୋଧୀ ଦଳଙ୍କ ଉଦ୍ୟମ ଫଳପ୍ରଦ ହେଉନି, ତେଣୁ ବିଜେଡିକୁ କ୍ରମାଗତ ଅଦ୍ଭୂତପୂର୍ବ ସଫଳତା ମିଳୁଛି ବୋଲି ସେ କହିଛନ୍ତି ।
ଶାସକ ବିଜେଡିର ବିକଳ୍ପ ଓଡ଼ିଶାରେ କିଏ?- ରାଜ୍ୟରେ ସାଧାରଣ ନିର୍ବାଚନ ପାଇଁ ଆଉ ମାତ୍ର ୧୨-୧୩ମାସ ଥିବାବେଳେ ସାଧାରଣ ଲୋକଙ୍କ ମନରେ ଏଭଳି ପ୍ରଶ୍ନସବୁ ଉଙ୍କିମାରିବା ସ୍ୱାଭାବିକ? ଆଉ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ଶିଶିର ଗମାଙ୍ଗ ଗଣମାଧ୍ୟମକୁ ଦେଇଥିବା ବୟାନ ହିଁ ପରୋକ୍ଷରେ ସାଧାରଣ ଲୋକଙ୍କ ଆସ୍ଥାଭାଜନ ହେବା ପାଇଁ ରାଜ୍ୟରେ ବିରୋଧୀ ଦଳଗୁଡ଼ିକୁ ନିଜର ରଣନୀତିରେ ଆଖିଦୃଶିଆ ପରିବର୍ତ୍ତନ କରିବାର ଆବଶ୍ୟକତା ଆଡ଼କୁ ଇଙ୍ଗିତ କରିଥିବା ସାଧାରଣରେ ଚର୍ଚ୍ଚା ।
Powered by Froala Editor
