ଟ୍ରିପଲ ତଲାକ ବିଲ୍ ପାସ ବେଳେ କାହିଁକି ଅନୁପସ୍ଥିତ ରହିଲେ ରଞ୍ଜୀବ ?

ଟ୍ରିପଲ ତଲାକ ବିଲ୍ ପାସ ବେଳେ କାହିଁକି ଅନୁପସ୍ଥିତ ରହିଲେ ରଞ୍ଜୀବ ?

ରାଜନୀତି

ଭୁବନେଶ୍ୱର: ରାଜ୍ୟସଭାରେ ଟ୍ରିପଲ ତଲାକ ବିଲ୍ ପାସ ହେବା ପ୍ରସଙ୍ଗକୁ ନେଇ ଏବେ ରାଜନୈତିକ ମହଲରେ ଯେତିକି ଚର୍ଚ୍ଚା ହେଉନାହିଁ ତାଠାରୁ ଅଧିକ ଚର୍ଚ୍ଚା ଏବେ କଂଗ୍ରେସ ସାଂସଦ ରଞ୍ଜୀବ ବିଶ୍ୱାଳଙ୍କୁ ନେଇ । ଗୃହରେ ଶ୍ରୀ ବିଶ୍ୱାଳଙ୍କ ଅନୁପସ୍ଥିିତି ନେଇ ଚର୍ଚ୍ଚା ଜୋର ଧରିଛି । ଦଳୀୟ ହ୍ୱିପ ସତ୍ତ୍ୱେ ଶ୍ରୀ ବିଶ୍ୱାଳ କାହିଁକି ଅନୁପସ୍ଥିତ ରହିଲେ ତାକୁ ନେଇ ସବୁଠି ପ୍ରଶ୍ନ ଉଠୁଛି । ରଞ୍ଜୀବ ବିଶ୍ୱାଳଙ୍କ ସମେତ ୫ କଂଗ୍ରେସ ସାଂସଦ ମଧ୍ୟ ଗୃହରେ ଅନୁପସ୍ଥିତି ଥିଲେ । ଟ୍ରିପଲ ତଲାକ ବିଲ ପାରିତ ବେଳେ ୨୦ ବିରୋଧୀ ସଦସ୍ୟ ଅନୁପସ୍ଥିତ ଥିଲେ । କଂଗ୍ରେସ ଓ ସମାଜବାଦୀ ପାର୍ଟିର ୫ଜଣ ଲେଖାଏଁ ସଦସ୍ୟ ଅନୁପସ୍ଥିତ ଥିଲେ । କଂଗ୍ରେସର ୫ ଅନୁପସ୍ଥିତ ସାଂସଦଙ୍କ ମଧ୍ୟରେ ରଞ୍ଜୀବ ବିଶ୍ୱାଳଙ୍କ ନାମ ରହିଛି । ତେବେ ସେ କାହିଁକି ଅନୁପସ୍ଥିତ ରହିଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରକାଶ ଯେ, ଗତକାଲି ରାଜ୍ୟସଭାରେ ଟ୍ରିପଲ ତଲାକ ବିଲ ପାରିତ ହୋଇଥିଲା । ବିଲ ସପକ୍ଷରେ ୯୯ ଓ ସପକ୍ଷରେ ୮୪ଜଣ ସଦସ୍ୟ ମତଦାନ ଦେଇଥିଲେ ।