ଆପଣ ଖାଦ୍ୟରେ ଅଧିକ ଚିନି ବ୍ୟବହାର କରୁଛନ୍ତି କି , ହୋଇପାରେ ଘାତକ

ଆପଣ ଖାଦ୍ୟରେ ଅଧିକ ଚିନି ବ୍ୟବହାର କରୁଛନ୍ତି କି , ହୋଇପାରେ ଘାତକ

ବିଶେଷ ଖବର

ଲୋକେ ନିଜ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଅନେକ ଉପାୟ ଆପଣାଇ ଥାଆନ୍ତି। କରୋନା ମହାମାରୀ କାୟା ବିସ୍ତାର କରିବା ପରେ ନିଜ ସ୍ୱାସ୍ଥ୍ୟ ପାଇଁ ସଭିଏଁ ଯତ୍ନବାନ ମଧ୍ୟ ହୋଇଛନ୍ତି। ତେଣୁ ଏଭଳି ସମୟରେ ନିୟମିତ ଚିନିର ବ୍ୟବହାର କରିବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ। ଅଧିକାଂଶ ଲୋକେ ମିଠା ଚା’ ପିଇବା ପସନ୍ଦ କରିଥାଆନ୍ତି। ମାତ୍ର ଚା’ରେ ଚିନି ବଦଳରେ ଅନ୍ୟ କିଛି ଜିନିଷ ବ୍ୟବହାର କରି ପିଇପାରିବେ। ଜାଣନ୍ତୁ….

ଚା’ରେ ଚିନି ବଦଳରେ ଗୁଡ ବ୍ୟବହାର କରିପାରିବେ। ଏହା ଦ୍ୱାରା ଓଜନ ହ୍ରାସ ହୋଇଥାଏ। ଗୁଡର ମିଠା ଦ୍ୱାରା ଚା’ର ସ୍ୱାଦ ଓ ରଙ୍ଗ ପରିବର୍ତ୍ତନ ହୋଇଥାଏ। ଗୁଡରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ମଧ୍ୟ ଥାଏ, ଯାହା ଦ୍ୱାରା କେମିକାଲ ଠାରୁ ଆପଣଙ୍କୁ ଦୂରରେ ରଖିଥାଏ।

ଚା’ରେ ମଧ୍ୟ ପାନମଧୁରୀ ବ୍ୟବହାର କରି ପିଇପାରିବେ। ପାନମଧୁରୀ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଏହାଦ୍ୱାରା ଚା’ ପିଇବା ପରେ ଗ୍ୟାଷ୍ଟ୍ରିକ ସମସ୍ୟା ହୋଇନଥାଏ।

ମହୁ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ନିଜ ଚା’ରେ ଆପଣ ମହୁ ବ୍ୟବହାର କରି ପାରିବେ। ଏହା ପ୍ରାକୃତିକ ମିଠା ଭଳି କାର୍ଯ୍ୟ କରିଥାଏ। ଚିନି ବଦଳରେ ମହୁ ସ୍ୱାସ୍ଥ୍ୟ ପାଇଁ ଉପକାରୀ।

Powered by Froala Editor