ବାଲୁକା କଳା ମାଧ୍ୟମରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି

ବାଲୁକା କଳା ମାଧ୍ୟମରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି

ରାଜ୍ୟ ଖବର

ପୁରୀ: ପବିତ୍ର ନେତାଜୀ ଜୟନ୍ତୀ ଅବସରରେ ନେତାଜୀ ସୁବାଷଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ବାଲୁକାକଳାରେ ନେତାଜୀଙ୍କ ଅବିକଳ ପ୍ରତିଛବି ଆଙ୍କିଲେ ପଦ୍ମଶ୍ରୀ ସୁଦର୍ଶନ ପଟନାୟକ। ପୁରୀ ବେଳା ଭୂମିରେ ପ୍ରସ୍ତୁତ ହୋଇଥିବା ଏହି ବାଲୁକାକଳାରେ ୪୫୦ ଟି ଷ୍ଟିଲ ଗିନା ଇନଷ୍ଟଲ ହୋଇଥିବାବେଳେ ଜୈ ହିନ୍ଦ ର ସ୍ଲୋଗାନ ରହିଛି । ୬ ଟନ ବାଲିରେ ୭ଫୁଟ ଉଚ୍ଚତାର ଏହି ବାଲୁକାକଳା ପ୍ରସ୍ତୁତ କରିଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

ନିଜର ଉତ୍କର୍ଷ ବାଲୁକାକଳା ପାଇଁ କଳାରେ ୬୦ ରୁ ଉର୍ଦ୍ଧ୍ଵ ଅନ୍ତର୍ଜାତୀୟ ପୁରଷ୍କାର ଜିତିଥିବା ସୁଦର୍ଶନଙ୍କ ଏହି କଳାଟି ଖୁବ ଆକର୍ଷଣୀୟ ହୋଇଛି ।ଆସନ୍ତାକାଲି ସାରାଦେଶରେ ନେତାଜୀ ଜୟନ୍ତି ପାଳିତ ହେବାକୁ ଯାଉଥିବାବେଳେ ନେତାଜୀଙ୍କ ତ୍ୟାଗ ଓ ବଳିଦାନ ଏବଂ ସଙ୍ଘର୍ଷର କଥାକୁ ମାନେପକାଇବା ପାଇଁ ସୁଦର୍ଶନ ଏହି ପ୍ରୟାସ କରିଛନ୍ତି।



Powered by Froala Editor