ରାଜ୍ୟରେ ଜାରି ରହିବ ଘନ କୁହୁଡ଼ି

ରାଜ୍ୟରେ ଜାରି ରହିବ ଘନ କୁହୁଡ଼ି

ରାଜ୍ୟ ଖବର

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଘନ କୁହୁଡ଼ି ଦୃଶ୍ୟମାନ ହୋଇଛି । କୁହୁଡ଼ିର ଘନତା ଏତେ ଅଧିକ ଥିଲା ଯେ ୧୯ ମିଟରରୁ ଆଗରେ ଥିବା ଦୃଶ୍ୟ ବି ଦେଖାଯାଇନଥିଲା । ଚାନ୍ଦବାଲି, କଟକ, ପାରାଦୀପ ଓ ଢେଙ୍କାନାଳରେ ମଧ୍ୟ ଘନ କୁହୁଡ଼ି ହୋଇଥିଲା । ଚାନ୍ଦବାଲିରେ ଦୃଶ୍ୟମାନ ଦୂରତା ୫୦ ମିଟର ରହିଛି । ପାରାଦୀପରେ ୫୦, ଢେଙ୍କାନାଳରେ ୫୦, ଗୋପାଳପୁରରେ ୮୦, ନୟାଗଡ଼ରେ ୯୦, ଅନୁଗୁଳରେ ଦୃଶ୍ୟମାନ ଦୂରତା ୧୦୦ ମିଟର ରହିଛି । ସୋମବାର ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଥିଲା । କଟକ, ଜଗତସିଂହପୁର, ଅନୁଗୁଳ, ଢେ଼ଙ୍କାନାଳ, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼ ଓ କନ୍ଧମାଳରେ ଘନ କୁହୁଡ଼ି ସମ୍ଭାବନା ଦେଖାଯାଇଥିଲା ।         



Powered by Froala Editor