ଅନିଦ୍ରାର ସମାଧାନ

ଅନିଦ୍ରାର ସମାଧାନ

ବିଶେଷ ଖବର

ପ୍ରତି ୧୫ଜଣରେ ୬ଜଣ ଲୋକ ଅନିଦ୍ରା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷଜ୍ଞ କହିଛନ୍ତି, କେତେକ ଦିଗ ପ୍ରତି ଧ୍ୟାନ ଦେଲେ ଏହି ସମସ୍ୟାରୁ ବର୍ତ୍ତି ହେବ।

ରାତ୍ରିଭୋଜନ ୮.୩୦ରୁ ୯ଟା ସୁଦ୍ଧା କରନ୍ତୁ। ଏହା ପରେ ୨୦-୩୦ ମିନିଟ୍ କକ୍ଷ ଭିତରେ ଚଲାବୁଲା କରି ଶେଯକୁ ଯିବା ଉଚିତ। ପ୍ରାଚୀନ କାଳରେ ଲୋକେ ଏଇ ଉପାୟରେ ଜୀବନ ଅତିବାହିତ କରୁଥିଲେ। ଏବେ ମଧ୍ୟ ଗାଁଗହଳିର ଲୋକ ଶୀଘ୍ର ଖାଇ-ପିଇ ଶୋଇବାକୁ ଯାନ୍ତି। ସେଥିପାଇଁ ଅନିଦ୍ରା ସମସ୍ୟା ଗାଁଲୋକଙ୍କ ପାଖେ ଦେଖାଯାଏନି
ରାତ୍ରିଭୋଜନର ୧୦ ମିନିଟ୍ ପରେ ଗିଲାସେ ଉଷୁମ ପାଣି ପିଇବା ଅଭ୍ୟାସ କଲେ ଖାଦ୍ୟ ହଜମ ହେବା ସହ ଭଲ ନିଦ ବି ହୁଏ।
ରାତିବେଳା କଫି, ଚା’, ଆଇସକ୍ରିମ୍ ଖାଇବା-ପିଇବା ଠାରୁ ଦୂରେଇ ରୁହନ୍ତୁ। ଏହା ଶରୀରର ତାପମାତ୍ରାକୁ ପରିବର୍ତ୍ତନ କରେ। ଏଣୁ ନିଦ ହୁଏନି।
ରାତିବେଳା ଉଷୁମ ପାଣିରେ ପାଦକୁ କିଛି ସମୟ ବୁଡ଼ାଇ ରଖିଲେ ବି ଭଲ ନିଦ ହୁଏ।
ସ୍ମାର୍ଟଫୋନ୍ ହେଉଛି ଅନିଦ୍ରାର ଅନ୍ୟତମ କାରଣ।
ରାତି ସମୟରେ କକ୍ଷରେ ଉଜ୍ଜ୍ବଳ ବତି ଲଗାନ୍ତୁନି। ତା’ କାରଣରୁ ବି ନିଦ ହେବାରେ ବାଧା ଉପୁଜେ।
ଅନିଦ୍ରା କାରଣରୁ ଅନ୍ୟାନ୍ୟ ରୋଗର ଆରମ୍ଭ ହୁଏ। ଏଣୁ ବେଳହୁଁ ଏହି ସମସ୍ୟାର ସମାଧାନ କରିନେବା ଉଚିତ।

Powered by Froala Editor