ଏଣିକି ବିଦ୍ୟାଳୟରେ ପଢାହେବ ରାମାୟଣ, ଗୀତା

ଏଣିକି ବିଦ୍ୟାଳୟରେ ପଢାହେବ ରାମାୟଣ, ଗୀତା

ରାଜ୍ୟ ଖବର


ଭୋପାଳ: ବିଦ୍ୟାଳୟରେ ଗୀତା, ରାମାୟଣ ସହିତ ହିନ୍ଦୁ ଧର୍ମର ସମସ୍ତ ପବିତ୍ର ଗ୍ରନ୍ଥର ଶିକ୍ଷା ଦିଆଯିବ। ସୋମବାର ଭୋପାଳରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ରାମାୟଣ, ମହାଭାରତ, ବେଦ, ପୁରାଣ, ଉପନିଷଦ ଅମୂଲ୍ୟ ଗ୍ରନ୍ଥ ଅଟେ। ଏହି ପବିତ୍ର ଗ୍ରନ୍ଥ ଉପରେ ପିଲାଙ୍କୁ ଶିକ୍ଷା ଦେଇ ପିଲାଙ୍କ ନୈତିକତା ବୃଦ୍ଧି ପାଇବ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ନୂତନ ଶିକ୍ଷା ନୀତିରେ ବର୍ତ୍ତମାନ ମାତୃଭାଷାରେ ଶିକ୍ଷା ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ମଧ୍ୟପ୍ରଦେଶରେ ମେଡିକାଲ ଏବଂ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ହିନ୍ଦୀ ଭାଷାରେ ଶିକ୍ଷା ଦିଆଯିବ।



Powered by Froala Editor