ଗିରଫ ହେଲେ ଏହି ଦୁର୍ଦ୍ଦାନ୍ତ ମାଓବାଦୀ

ଗିରଫ ହେଲେ ଏହି ଦୁର୍ଦ୍ଦାନ୍ତ ମାଓବାଦୀ

ରାଜ୍ୟ ଖବର

ମାଲକାନଗିରି  : NIA ହାତରେ ଧରାପଡିଲେ କୁଖ୍ୟାତ ମାଓବାଦୀ । ମାଲକାନଗିରି ସ୍ୱାଭିମାନ ଅଞ୍ଚଳରୁ ମାଓବାଦୀ ରଞ୍ଜୁ ଖିଲ ଓରଫ ଚାଣ୍ଟିଙ୍କୁ ଗିରଫ କଲା NIA ।

ଖବର ଅନୁଯାୟୀ, ୨୦୧୨ ମସିହାରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ରାସ୍ତାରେ ୪ ଜଣ ବିଏସଏଫ  ଅଧିକାରୀଙ୍କୁ ହତ୍ୟା କରିଥିଲେ ଚାଣ୍ଟି । ଘଟଣାର ଦୀର୍ଘ ୧୦ ବର୍ଷ ପରେ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର କଦମଗୁଡା ଗାଁରୁ  NIA ଅଫିସର ମାନେ ରଞ୍ଜୁ ଖିଲ ଓରଫ ଚାଣ୍ଟିକୁ ଗିରଫ କରିଛି ।

ତେବେ ଗିରଫ ପରେ ଚାଣ୍ଟିଙ୍କୁ ଭୁବନେଶ୍ବର ନେଇ ଯାଇଛନ୍ତି NIA ଅଫିସର । ଗୁରୁବାର NIAସ୍ବତନ୍ତ୍ର କୋର୍ଟରେ ରଞ୍ଜୁ ଖିଲ ଓରଫ ଚାଣ୍ଟିକୁ ହାଜର କରାଯିବ । ଚାଣ୍ଟି ନାମରେ ପୁର୍ବରୁ ଓଡିଶା ପୋଲିସ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ।



Powered by Froala Editor