ରାଷ୍ଟ୍ରପତି ପଦକ ପାଇଲେ ପୋଲିସ କମିଶନର

ରାଷ୍ଟ୍ରପତି ପଦକ ପାଇଲେ ପୋଲିସ କମିଶନର

ରାଜ୍ୟ ଖବର

ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସ ଅବସରରେ ଲୋକସେବା କନଭେନସନ ସେଣ୍ଟରରେ ରାଜ୍ୟସ୍ତରୀୟ ପୋଲିସ  ପଦକ ପ୍ରଦାନ ଉତ୍ସବ ଆୟୋଜିତ ହୋଇଯାଇଛି । ପୋଲିସ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ୟ୍ୟ, ସାହାସିକତା କାର୍ୟ୍ୟ ଓ ବିଶିଷ୍ଟ ସେବା ପାଇଁ ୩୪ ଜଣ ପୋଲିସ  କର୍ମଚାରୀ  ମେଡାଲ ପାଇଛନ୍ତି।

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ପଦକ ପ୍ରଦାନ କରିଥିଲେ ।  ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକ ପାଇଛନ୍ତି ଟୁଇନ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ସିକ୍ୟୁରୀଟି  ଉଇଙ୍ଗର  ଏସପି ସରୋଜ କୁମାର ମହାପାତ୍ର।  ସେହିଭଳି ସାହାସିକତା ପାଇଁ ଦୁଇ ଜଣ ଏସଓଜି କମାଣ୍ଡୋ କୁମାର କର୍ମୀ ଓ ପୀତବାସ ପାଣ୍ଡେଙ୍କୁ ପୁରସ୍କୃତ କରାଯାଇଛି।   ଉଲ୍ଲେଖନୀୟ ସେବା ପାଇଁ ୧୦ ଜଣଙ୍କୁ ପୋଲିସ ପଦକ ପ୍ରଦାନ କରାଯାଇଛି ।

Powered by Froala Editor