୩ ମିନିଟର ଆଇଟମ  ଗୀତ ପାଇଁ ୨କୋଟି

୩ ମିନିଟର ଆଇଟମ ଗୀତ ପାଇଁ ୨କୋଟି

ବିଶେଷ ଖବର


ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା କେବଳ ବ୍ୟକ୍ତିଗତ ଜୀବନକୁ ନେଇ ନୁହେଁ, ତାଙ୍କ ଗ୍ଲାମର ଏବଂ ଷ୍ଟାଇଲ ପାଇଁ ପ୍ରଶଂସକଙ୍କ ମଧ୍ୟରେ ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି। କିନ୍ତୁ ଏଥର ନିଜ ଫି’ ପାଇଁ ଆଲୋଚନାକୁ ଆସିଛନ୍ତି। ଉର୍ବଶୀ ମାତ୍ର ତିନି ମିନିଟର ଏକ ଆଇଟମ ଗୀତ ପାଇଁ ୨ କୋଟି ଟଙ୍କା ଫି’ ନେଇଛନ୍ତି। ଦକ୍ଷିଣ ସୁପରଷ୍ଟାର ଚିରଞ୍ଜୀବୀଙ୍କ ସହ ଫିଲ୍ମ ‘ୱାଲଟେୟାର ଭିରାୟା’ରେ ଉର୍ବଶୀ ଏକ ଆଇଟମ ଗୀତ ‘ବସ ପାର୍ଟି’ରେ ଧମାଲ କରୁଥିବା ନଜର ଆସିଛନ୍ତି।

ଉର୍ବଶୀ କେବଳ ବଲିଉଡରେ ନୁହେଁ କନ୍ନଡ ଏବଂ ତାମିଲ ଫିଲ୍ମରେ ମଧ୍ୟ କାମ କରୁଛନ୍ତି। ଗତ ବର୍ଷ ଉର୍ବଶୀ ତାମିଲ ଡେବ୍ୟୁ ଘୋଷଣା କରିଥିଲେ। ସେ ଜେଡି ଜେରୀଙ୍କ ଫିଲ୍ମ ‘ଦି ଲିଜେଣ୍ଡ’ରେ ଅଭିନୟ କରିବାକୁ ଯାଉଛନ୍ତି।

‘ବସ ପାର୍ଟି’ର ଫି’ ଉର୍ବଶୀ ଆଇଟମ ଗୀତ ପାଇଁ ୨ କୋଟି ଟଙ୍କା ନେଇଛନ୍ତି। ଏହି ଗୀତ ପାଇଁ ଉର୍ବଶୀ ଯେତିକି ଟଙ୍କା ନେଇଛନ୍ତି ତାହା ଫିଲ୍ମର ଭିଲେନ ଭୂମିକାରେ ଅଭିନୟ କରୁଥିବା ପ୍ରକାଶ ରାଜଙ୍କ ଦେୟଠାରୁ ଅଧିକ। ପ୍ରକାଶ ରାଜ ଏହି ଫିଲ୍ମ ପାଇଁ ୧.୫ କୋଟି ଟଙ୍କା ନେଇଛନ୍ତି।



Powered by Froala Editor