ଖଣ୍ଡଗିରି ମେଳା ପାଇଁ ଛୁଟିଆସିଲେଣି ସାଧୁସନ୍ଥ

ଖଣ୍ଡଗିରି ମେଳା ପାଇଁ ଛୁଟିଆସିଲେଣି ସାଧୁସନ୍ଥ

ରାଜ୍ୟ ଖବର

ଭୁବନେଶ୍ୱର : ଶନିବାର ମାଘ ସପ୍ତମୀ । ଆରମ୍ଭ ହେବ ବହୁ ପ୍ରତିକ୍ଷୀତ ଖଣ୍ଡଗିରି ମାଘ ମେଳା ଆରମ୍ଭ ହେବ । ଏଥିପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଲେଣି ସାଧୁ ସନ୍ଥ ।

ସେଠାରେ ପହଞ୍ଚିବା ପରେ ସାଧୁମାନେ ଯଜ୍ଞ କୁଣ୍ଡ ତିଆରି କରୁଛନ୍ତି । ବିଏମସି ପକ୍ଷରୁ ଟେଣ୍ଟ ମରା ଚାଲିଛି । ଏହାସହ ସଫେଇ କର୍ମଚାରୀ ମାନେ ସଫା କରୁଛନ୍ତି । ଫେବୃୟାରୀ ୬ ତାରିଖ ଯାଏ ସାଧୁ ମାନେ ବାସୀ ହୋମ ଯଜ୍ଞ କରିବେ । ତେବେ ମେଳା ଓ ଯାତ୍ରା କିନ୍ତୁ ୧୦ ଯାଏ ଚାଲିବ । ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଛି । ଭିଶେଷ କରି ଭିଡକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ ପଦକ୍ଷେପ ନିଆଯାଉଛି ।



Powered by Froala Editor