ଡୁଙ୍ଗୁରିପାଲି : ଡୁଙ୍ଗୁରିପାଲି – ରାମପୁର ରୋଡ଼ ଠାରେ ଆଜି ଭୋର ୫ଟାରେ ପୁରୀ-ଦୁର୍ଗ ଇଣ୍ଟେରସିଟି ଏକ୍ସପ୍ରେସ ଟ୍ରେନ ଧକ୍କାରେ ଅବିନାଶ ମିଶ୍ର ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ସ୍ବର୍ଗତ ଅବିନାଶ ବଲାଙ୍ଗିରର ପୂର୍ବତନ ଲୋକସଭା ସଦସ୍ୟ ବାଳଗୋପାଳ ମିଶ୍ରଙ୍କ ସାନପୁଅ। ଆଜି ସକାଳେ ପ୍ରାତଃ ଭ୍ରମଣରେ ଯାଉଥିବା ବେଳେ ତାଙ୍କୁ ଟ୍ରେନ ଧକ୍କା ଦେଇଥିଲା।
ସୂଚନାଥାଉକି, ଅବିନାଶ ମିଶ୍ର ପ୍ରତ୍ୟେକ ଦିନ ଭଳି ସକାଳୁ ସକାଳୁ ମର୍ଣ୍ଣିଂ ୱାକ୍ ଆସୁଥିଲେ । ଡୁଙ୍ଗୁରିପାଲି ରେଳ ଫାଟକ ଠାରେ ଅବିନାଶ ପାର୍ ହେଇଥିବା ସମୟରେ ପୁରୀ-ଦୁର୍ଗ ଟ୍ରେନ ଧକ୍କା ଦେଇଥିଲା । ଫଳରେ ଟ୍ରେନ୍ ଧକ୍କା ଦେବା ପରେ ଅବିନାଶ ଛିଟିକି ପଡ଼ି ଟ୍ରେନ୍ ଲାଇନ୍ କଡକୁ ପଡିଥିଲେ । ସ୍ଥାନୀୟଲୋକେ ଦେଖିବା ପରେ ପାରିବାର ଲୋକଙ୍କୁ ଖବର ଦେବାସହ ୧୦୮ ଆମ୍ବୁଲାନ୍ସକୁ ଯୋଗେ ଡୁଙ୍ଗୁରିପାଳି ଡାକ୍ତରଖାନାକୁ ନେଇଥିଲେ । ଡାକ୍ତରଖାନାରେ ଡାକ୍ତର ଚିକିତ୍ସା କରିବା ପରେ ମୃତ୍ୟୁ ଘୋଷଣା କରିଛନ୍ତି । ବର୍ତ୍ତମାନ ପର୍ୟ୍ୟନ୍ତ ଜିଆରପି ପୋଲିସ ପହଞ୍ଚି ନଥିବା ସୁଚନା ମିଳିଛି । ଡୁଙ୍ଗୁରିପାଲି ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
Powered by Froala Editor
