ଝିଅ ର ହତ୍ୟା ର କିଛି ଦିନ ପରେ ମାଁ ବାପା ଙ୍କ ଆତ୍ମହତ୍ୟା
***************************
ଭଟଲି,୨୮/୦୧(ବି.ପ୍ର): ଭଟଲି ଥାନା ଅନ୍ତର୍ଗତ ଭଡ଼ିଗାଁ ଗ୍ରାମରେ ରଘୁ ଭୁଏ(୫୫)ଏବଂ ପ୍ରତିଷ୍ଠା ଭୁଏ(୫୦) ପତିପତ୍ନୀ ଏକା ସଙ୍ଗେ ଆତ୍ମହତ୍ୟା କରିଥିବା ଖବର ମିଳିଛି। ପ୍ରାପ୍ତ ସୂଚନା ଅନୁଯାଇ ଆତ୍ମହତ୍ୟା କରିଥିବା ପରିବାରର ଏକମାତ୍ର ଝିଅ ସସ୍ମିତା ଭୁଏ (୨୨ ବର୍ଷ)ଙ୍କୁ ଅଜିତ ବେହେରା (୨୨ ବର୍ଷ) ନାମକ ଜଣେ ବ୍ୟକ୍ତି ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ । ସକାଳେ ସସ୍ମିତା ପାଣି ଆଣିବାକୁ ଗାଁ ନଳକୂପକୁ ଯାଇଥିବା ବେଳେ ଅଭିଯୁକ୍ତ ତା ଉପରେ ପଛପଟୁ ଅତର୍କିତ ଭାବରେ ଟାଙ୍ଗିଆରେ ଆକ୍ରମଣ କରିଥିଲା । ପ୍ରଚୁର ରକ୍ତସ୍ରାବ ହେବାରୁ ଘଟଣା ସ୍ଥଳରେ ହିଁ ସସ୍ମିତାଙ୍କ ମୃତ୍ୟୁ ଘଟିଥିଲା। ରକ୍ତାକ୍ତ ମୃତଦେହ ନଳକୂପ ମୂଳେ ପଡ଼ିଥିବା ବେଳେ ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ ଭଟଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଘଟଣା ସ୍ଥଳରେ ପହଞ୍ଚି ତନାଘନା କରିଥିଲେ । ଅଭିଯୁକ୍ତ କହିବା ଅନୁସାରେ ସେ ଓ ସସ୍ମିତା ଛୋଟ ଦିନରୁ ଭଳ ପାଉଥିଲେ। ସସ୍ମିତାଙ୍କ ପରିବାର ଲୋକେ ଅନ୍ୟତ୍ର ତାର ବିବାହ ଠିକ୍ କରିଥିବା ଖବର ପାଇ ଅଜିତ ତାକୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଥିଲା। ଅଭିଯକ୍ତ ଏବେ ଜେଲରେ ଅଛି। ଏକମାତ୍ର ଝିଅର ଆକସ୍ମିତ ମୃତ୍ୟୁ ଘଟଣା ପରେ ବାପା ମା ଭାଙ୍ଗି ପଡ଼ିଥିଲେ। ସାଇ ପଡ଼ିଶାରେ ମୀଳାମିଶା କମ୍ କରିଦେଇଥିଲେ। ଲୋକ ଲଜ୍ଜା ତଥା ଦୁଃଖରେ ମାନସିକ ସ୍ତିତି ହରାଇ ବସିଥିଲେ। ଶୁକ୍ରବାର ରାତିରେ ଉଭୟେ ବେକରେ ଦଉଡ଼ି ଲଗାଇ ଶେଷରେ ଆତ୍ମହତ୍ୟା କରିଥିଲେ। ଖବର ପାଇ ଭଟଲି ପୋଲିସ୍ ଏବାବଦକୁ ଭଟଲି ଥାନା କେସ ନମ୍ବର ୬/୭ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ପଠାଇଛି। ଭୁଲ ବୁଝାମଣା ପାଇଁ ଗୋଟିଏ ପରିବାର ସର୍ବଶ୍ବାନ୍ତ ହେବା ଘଟଣା ଅଞ୍ଚଳରେ ଶୋକ ଖେଳାଇ ଦେଇଛି।
Powered by Froala Editor
