କେନ୍ଦ୍ରୀୟ ଯୋଜନାରେ ହେଉଥିବା ଦୁର୍ନୀତି ବିରୁଦ୍ଧରେ, ଜୋରଦାର ଆନ୍ଦୋଳନ କରିବା ପାଇଁ ବିଜେପି ର ଘୋଷଣା

କେନ୍ଦ୍ରୀୟ ଯୋଜନାରେ ହେଉଥିବା ଦୁର୍ନୀତି ବିରୁଦ୍ଧରେ, ଜୋରଦାର ଆନ୍ଦୋଳନ କରିବା ପାଇଁ ବିଜେପି ର ଘୋଷଣା

ରାଜ୍ୟ ଖବର

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତଥା ଅନ୍ୟାନ୍ୟ କେନ୍ଦ୍ରୀୟ ଯୋଜନାରେ ହେଉଥିବା ଦୁର୍ନୀତି ବିରୁଦ୍ଧରେ, ଜୋରଦାର ଆନ୍ଦୋଳନ କରିବା ପାଇଁ, ବିଜେପି ବରଗଡ ଜିଲ୍ଲା ର କାର୍ଯ୍ୟକାରିଣୀ ରେ ନିଷ୍ପତ୍ତି.

****************************ବରଗଡ : ଆଜି  ବିଜେପି ବରଗଡ  ଜିଲ୍ଲା ର କାର୍ଯ୍ୟକାରୀଣୀ ବୈଠକ ସ୍ଥାନୀୟ ଜିଲ୍ଳା କାର୍ଯ୍ୟାଳୟ ରେ ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି. ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତଥା ଅନ୍ୟାନ୍ୟ କେନ୍ଦ୍ରୀୟ ଯୋଜନା ଗୁଡିକ ରେ ବରଗଡ ଜିଲ୍ଲାରେ ହେଉଥିବା ବ୍ୟାପକ ଦୁର୍ନୀତି ଏବଂ ଧାନର ଅଭାବୀ ବିକ୍ରି ବିରୁଦ୍ଧରେ ବିଜେପି ତରଫରୁ ଆଗାମୀ ଦିନରେ ପଞ୍ଚାୟତ ଅଫିସ ରୁ ଆରମ୍ଭ କରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଜୋରଦାର ଆନ୍ଦୋଳନ କରିବା ପାଇଁ ଆଜିର କାର୍ଯ୍ୟକାରିଣୀରେ ନିଷ୍ପତ୍ତି ନିଆଯାଇଛି. ଜିଲ୍ଲାର ବ୍ଲକ ଅଫିସ ଗୁଡିକ ବିଜୁ ଜନତା ଦଳର କାର୍ଯ୍ୟାଳୟ ରେ ପରିଣତ ହୋଇଥିବାରୁ, କାର୍ଯ୍ୟକାରିଣୀ ରେ ଏହାର ତୀବ୍ର ନିନ୍ଦା କରାଯାଇଥିଲା.ଜିଲ୍ଲାର ସମସ୍ତ ବୁଥ କୁ ସଶକ୍ତ କରିବା ସହିତ, ପ୍ରତ୍ୟକ ମଣ୍ଡକ କୁ ସକ୍ରିୟ କରିବା ପାଇଁ,ଜିଲ୍ଲା ତରଫରୁ ନିଯୁକ୍ତ ହୋଇଥିବା ମଣ୍ଡଳ ପ୍ରଭାରୀ ମାନେ ସମ୍ପୃକ୍ତ ମଣ୍ଡଳ ଗୁଡିକରେ ପ୍ରବାସ କରି ସାଙ୍ଗଠନିକ କାର୍ଯ୍ୟକ୍ରମ କୁ ଆଗେଇନେବା ପାଇଁ ନିଷ୍ପତ୍ତି ହୋଇଥିଲା. ଏଥି ସହିତ ଆସନ୍ତା ଜାନୁଆରୀ 31 ତାରିଖ ସୁଦ୍ଧା ଜିଲ୍ଲାର ସମସ୍ତ ବୁଥ କମିଟି ଗଠନ କରିବା ପାଇଁ କାର୍ଯ୍ୟକାରିଣୀରେ ନିଷ୍ପତ୍ତି ନିଆଯାଇଛି. ଆଜିର ଏହି କାର୍ଯ୍ୟକାରିଣୀ ରେ ଓଡିଶା ପ୍ରଦେଶ ର ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ଣୁ ଦାଶ ମୁଖ୍ୟ ଅତିଥି ରୂପେ ଯୋଗଦେଇଥବା ବେଲେ, ସମ୍ମାନିତ ଅତିଥିଭାବେ ରେଙ୍ଗାଲି ର ମାନ୍ୟବର ବିଧାୟକ ନାଉରି ନାୟକ ଯୋଗଦେଇଥିଲେ.ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ସୌରୀ ଚରଣ ବାରିକ, ମହମ୍ମଦ ରଫିକ, ଅରୂପାନନ୍ଦ ସାହୁ, ସନତ ଗଡତିଆ, ମିଳନ ସେଠ, ଗୋବର୍ଦ୍ଧନ ଭୋଇ, ଅଶୋକ ପଣ୍ଡା,କୁଶ କୁମ୍ଭାର, ପ୍ରବୀଣ ପାଣିଗ୍ରାହୀ, ଉରକୁଳୁ ତାଣ୍ଡି ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରି ଜିଲ୍ଲା ରେ ବିଜେପି କୁ ଏକ ନମ୍ବର  ଦଳ ଭାବେ ପରିଣତ କରିବା ପାଇଁ ଆହ୍ୱାନ ଦେଇଥିଲେ. ଶେଷରେ    ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟଖ୍ୟା ମୁକ୍ତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ.


      

Powered by Froala Editor