ଅନିୟମିତତା ଅଭିେଯାଗ ରେ ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ସ୍ଥାନାନ୍ତର କରିବା ପାଇଁ ଅଭିେଯାଗ

ଅନିୟମିତତା ଅଭିେଯାଗ ରେ ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ସ୍ଥାନାନ୍ତର କରିବା ପାଇଁ ଅଭିେଯାଗ

ରାଜ୍ୟ ଖବର

ଅନିୟମିତତା ଅଭିେଯାଗ ରେ ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ସ୍ଥାନାନ୍ତର କରିବା ପାଇଁ ଅଭିେଯାଗ କଲେ ଲୁଦୁପାଲି ଗ୍ରାମବାସୀ। **********************

ଅମ୍ବାଭୋନା-୨୮-୦୧-୨୦୨୩ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଅମ୍ବାଭୋନା ପଞ୍ଚାୟତ ଅଧିନସ୍ଥ ଲୁଦୁପାଲି ଗ୍ରାମର ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷୟିତ୍ରୀ ଭାରତୀ ସେଠ୍ ଙ୍କ ନାମରେ ବିଦ୍ୟାଳୟ ପରିସରରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଉପସ୍ଥିତି ରେ  ଏକ ବୈଠକ ହୋଇଥିଲା। ଏହି ବୈଠକରେ ଲୁଦୁପାଲି ଗ୍ରାମର ସ୍ବୟଂ ସହାୟକ ଗୋଷ୍ଠୀ ଙ୍କ ଦ୍ଵାରା ମଧ୍ଯାହ୍ନ ଭୋଜନ ଦିଆଯାଉଥିବା ସମୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାରତୀ ସେଠ୍ ବାଧା ସ୍ରୁଷ୍ଟି କରିଆସୁଥିଲେ। ଓ ସେମାନଙ୍କୁ ଧମକ ଚମକ ମଧ୍ଯ ଦେଉଥିବା ର ପ୍ରକାଶ କରିଥିଲେ। ପ୍ରକାଶ ଥାଉ କି ପ୍ରଧାନ ଶିକ୍ଷୟିତ୍ରୀ ଭାରତୀ ସେଠ୍ ପ୍ରତ୍ୟେକ ଦିନ ଠିକ୍ ସମୟରେ ବିଦ୍ୟାଳୟ କୁ ଆସିନଥିଲେ। ଏବଂ ଷ୍ଟାଫ୍ ମାନଙ୍କୁ ମଧ୍ଯ ଗାଳିଗୁଲଜ କରି ନିଜର ମନୋମୁଖୀ କାର୍ୟ୍ଯ କରି ଷ୍ଟାଫ୍ ମାନଙ୍କୁ ଦୁର୍ବ୍ଯବହାର କରିଆସୁଥିଲେ। ଏହି ସବୁ ଅଭିେଯାଗ କୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲାଲମୋହନ ସିଂ, ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ ଅବଗତ କରିବାରୁ। ପ୍ରଧାନ ଶିକ୍ଷୟିତ୍ରୀ କହିଥିଲେ ମୁଁ ଯଦି ରହିବି ଆତ୍ମହତ୍ଯା କରିଦେବୀ ବୋଲି କହିବାରୁ। ବିଦ୍ୟାଳୟ ର ସମସ୍ତ କର୍ମଚାରୀ, କମିଟି ଓ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ  ଅନ୍ୟତ୍ର ବଦଳୀ କରାଯାଉ ବୋଲି ଦାବୀ କରିଥିଲେ। ଏହି ପରିପ୍ରେକ୍ଷୀରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସମସ୍ତ ଅଭିେଯାଗ କୁ ଅନୁସରଣ କରି ବିଦ୍ୟାଳୟ ର ଶିକ୍ଷକ  ପୁରନ୍ଦର ନାୟକ ଙ୍କୁ ପ୍ରଧାନ ଶିକ୍ଷକ ଦାୟିତ୍ୱ ଦେଇଥିଲେ।

Powered by Froala Editor