କରାଚୀ: ଦକ୍ଷିଣ ପାକିସ୍ତାନର ଲାସବେଲା ଜିଲ୍ଲାର ବେଲା ଅଞ୍ଚଳରେ ରବିବାର ସକାଳେ ଦ୍ରୁତ ଗତିରେ ଯାତ୍ରୀବାହୀ ବସ୍ ରାସ୍ତାରୁ ଖସି ଖାଲରେ ପଡିଛି। ଏହି ଦୁର୍ଘଟଣାରେ ଅତି କମରେ ୩୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଆହତ ହୋଇଥିବା କୁହାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛି।
ବିବିସିର ସୂଚନା ଅନୁସାରେ, ଦୁର୍ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ଡ୍ରାଇଭରଙ୍କ ନିୟନ୍ତ୍ରଣ ବାହାରକୁ ଯିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ବସ୍ ଖାଲରେ ଖସିଯିବା ପରେ ସେଥିରେ ନିଆଁ ଲାଗିଯାଇଥିଲା। ଡେଲି ପାକିସ୍ତାନର ସୂଚନା ଅନୁଯାୟୀ ବେଲା ଆସିଷ୍ଟାଣ୍ଟ କମିଶନର ୧୮ ସ୍ଥାନୀୟ ଲୋକ ମୃତ୍ୟୁ ସମ୍ପର୍କରେ କହିଛନ୍ତି, ବେଲୁଚିସ୍ତାନର ରାଜଧାନୀ କ୍ବେଟାଠାରୁ କରାଚୀ ଯାଉଥିବା ବସ୍ ଖାଲ ଭିତରେ ଖସି ପଡିଥିଲା। ଏହାପରେ ସେଥିରେ ନିଆଁ ଲାଗିଯାଇଥିଲା।
ପ୍ରାଥମିକ ରିପୋର୍ଟରେ ଦାବି କରାଯାଇଛି ଯେ, ଅତି କମ୍ରେ ୪୮ ଜଣ ଯାତ୍ରୀ ବସ୍ରେ ଥିଲେ। ଉଦ୍ଧାର ଅଭିଯାନ ଜାରି ରହିଛି ଓ ଆହତଙ୍କୁ ବାହାର କରାଯାଇଛି। ଉଦ୍ଧାର କାର୍ୟ୍ୟ ଜାରି ରହିବା କାରଣରୁ ମୃତ୍ୟୁ ସଂଖ୍ୟା ବଢିପାରେ। ଆହତ ଲୋକଙ୍କୁ ଲାସବେଲର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାଗ୍ରସ୍ତ ସ୍ଥଳରେ ଦମକଳ, ଉଦ୍ଧାକାରୀ ଦଳ ଓ ସୁରକ୍ଷାକର୍ମୀ ପହଞ୍ଚିଛନ୍ତି। ସ୍ଥାନୀୟ ଲୋକ ଉଦ୍ଧାର କାର୍ୟ୍ୟରେ ସାହାଯ୍ୟ କରୁଛନ୍ତି।
Powered by Froala Editor
