ଉଡାଣ ସ୍କିମରେ ଭୁବନେଶ୍ୱରରୁ ଜାମେସଦପୁରକୁ ଉଡିଲା ବିମାନ

ଉଡାଣ ସ୍କିମରେ ଭୁବନେଶ୍ୱରରୁ ଜାମେସଦପୁରକୁ ଉଡିଲା ବିମାନ

ରାଜ୍ୟ ଖବର


ଭୁବନେଶ୍ୱର : ଭୁବନେଶ୍ବରରୁ ଜାମସେଦପୁରକୁ ଉଡିଲା ବିମାନ। ଉଡାଣ ସ୍କିମରେ ଇଣ୍ଡିଆ ୱାନ ଏୟାର ପକ୍ଷରୁ ବିମାନ ଉଡାଣ ଆରମ୍ଭ ହୋଇଛି । ଖୁବ୍ ଶୀଘ୍ର ୨ଟି ମାର୍ଗକୁ ଯୋଗ କରି ଭୁବନେଶ୍ବରରୁ ଜାମସେଦପୁର ଓ ଅନ୍ୟଟି ଜାମସେଦପୁରରୁ କଲିକତାକୁ ଏହି ବିମାନ ଉଡ଼ିବ  ଭୁବନେଶ୍ୱର – ଜାମସେଦପୁର – କୋଲକାତା ବୁକିଂ ବର୍ତ୍ତମାନ ଆରମ୍ଭ ହୋଇଯାଇଛି । ସମସ୍ତ ଅନ୍ତର୍ଭୂକ୍ତ ଭଡା, ୧୪ ଫେବୃଆରୀ ୨୦୨୩ ପର୍ୟ୍ୟନ୍ତ ବୈଧ ଅଫର୍ ରହିଛି ।


ସୂଚନା ଅନୁଯାୟୀ, ଇଣ୍ଡିଆ ୱାନ ଏୟାର ବିମାନ ଯେଉଁ ଦର ଧର୍ୟ୍ୟ କରିଛି ତାହା ହେଲା, ଭୁବନେଶ୍ବରରୁ ଜାମସେଦପୁରକୁ ୨୯୯୯ । ଜାମସେଦପୁରରୁ କଲିକତା ୧୯୯୯ । ପୁନର୍ବାର କଲିକତାରୁ ଜାମସେଦପୁର ୧୯୯୯ । ଏବଂ ଜାମସେଦପୁରରୁ ଭୁବନେଶ୍ଵର ୨୯୯୯ ଟଙ୍କା ଧାର୍ୟ୍ୟ କରାଯାଇଛି । ଏହି ଅଫର୍ କେବଳ ଫେବୃଆରି ୧୪ ତାରିଖ ପର୍ୟ୍ୟନ୍ତ ଦର ଧର୍ୟ୍ୟ କରାଯାଇଛି । ଆଜି ପ୍ରଥମ ଦିନରେ ବିମାନ ୭ ଟା ୩୦ରେ ବାହାରିଥିବା ବେଳେ ପ୍ରତିଦିନ ଭୁବନେଶ୍ବରରୁ ସକାଳ ୬ଟା ୩୦ରେ ବାହାରି ଜାମସେଦପୁରରେ ସକାଳ ୭ ଟା ୫୦ରେ ପହଞ୍ଚିବ  । ଜାମସେଦପୁରରୁ ୮ ଟା ୧୫ରେ ଛାଡ଼ିବ କଲିକତାରେ ୯ ଟା ୨୦ ମିନିଟରେ ପହଞ୍ଚିବ ।

ସେହିପରି ଭାବରେ କଲିକତାରୁ ୧୦ଟା ୧୦ରେ ବାହାରି ଜାମସେଦପୁରରେ ୧୧ଟା ୧୫ରେ ପହଞ୍ଚିବ। ଓ ଜାମସେଦପୁରରୁ ଅପରାହ୍ନ ୧୨ ଟା ୪୫ରେ ବାହାରି ଭୁବନେଶ୍ବରରେ ଅପରାହ୍ନ ୨ଟା ୫ରେ ପହଞ୍ଚିବ । ଭୁବନେଶ୍ୱର ରୁ ଜାମସେଦପୁରକୁ ୧ ଘଣ୍ଟା ୨୦ ମିନିଟ ଲାଗୁଥିବା ବେଳେ ଜାମସେଦପୁରରୁ କଲିକତା ୧ ଘଣ୍ଟା ୫ ମିନିଟ ଲାଗିବ ବୋଲି ଇଣ୍ଡିଆ ୱାନ ଏୟାର ପକ୍ଷରୁ ସୂଚନା ମିଳିଛି ।

Powered by Froala Editor