ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ନୂଆ ରାଜଧାନୀ ହେବ ବିଶାଖାପାଟଣା । ଆଜି ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ୍ ମୋହନ ରେଡ୍ଡୀ ନୂତନ ରାଜଧାନୀର ନାଁ ଘୋଷଣା କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ କହିଛନ୍ତି ଯେ ବିଶାଖାପାଟଣାକୁ ରାଜ୍ୟର ରାଜଧାନୀ କରାଯିବ। ଏହା ସହ ତାଙ୍କ କାର୍ୟ୍ୟାଳୟ ମଧ୍ୟ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯିବ।
ଏପ୍ରିଲ୍ ୨୩, ୨୦୧୫ରେ ଆନ୍ଧ୍ର ସରକାର ଅମରାବତୀଙ୍କୁ ଏହାର ରାଜଧାନୀ ଭାବେ ଘୋଷଣା କରିଥିଲେ। ତା’ପରେ ୨୦୨୦ରେ ରାଜ୍ୟ ତିନୋଟି ରାଜଧାନୀ ନିର୍ମାଣ କରିବାକୁ ଯୋଜନା କରିଥିଲା, ଯେଉଁଥିରେ ଅମରାବତୀ, ବିଶାଖାପାଟଣା ଏବଂ କୁର୍ନୁଲ୍ ଅନ୍ତର୍ଭୁକ୍ତ ଥିଲା।ପରେ ସେହି ଯୋଜନା ସରକାର ପ୍ରତ୍ୟାହାର କରିନେବା ସହ ଅମରାବତୀ ଆନ୍ଧ୍ରର ରାଜଧାନୀ ହୋଇ ରହିଥିଲା। ହେଲେ ଆଜି ଆନ୍ଧ୍ର ସରକାର ବିଶାଖାପାଟଣାକୁ ରାଜଧାନୀ କରିବାକୁ ନିଷ୍ପତ୍ତି ନେଇଛନ୍ତି।
Powered by Froala Editor
