ସାରା ବିଶ୍ୱରେ ଭାରତ ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇପାରିଛି : ଅର୍ଥମନ୍ତ୍ରୀ

ସାରା ବିଶ୍ୱରେ ଭାରତ ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇପାରିଛି : ଅର୍ଥମନ୍ତ୍ରୀ

ଜାତୀୟ ଖବର


ନୂଆଦିଲ୍ଲୀ: ମୁଣ୍ଡପିଛା ଆୟ ଦ୍ୱିଗୁଣିତ ହୋଇ ୧.୯୭ ଲକ୍ଷରେ ପହଞ୍ଚି ପାରିଛି ।  ସାରା ବିଶ୍ୱରେ ଭାରତ ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇପାରିଛି ।  ୧୨୦ କୋଟି ଲୋକଙ୍କୁ ୨୨୦ କୋଟି ଡୋଜ ଟିକା ଦିଆଯାଇଛି ।  ୯.୬ କୋଟି ଏଲପିଜି କନେକ୍ସନ ଦିଆଯାଇଛି ।  ୪୭ କୋଟି ପ୍ରଧାନମନ୍ତ୍ରୀ ଜନଧନ ଆକାଉଣ୍ଟ ଖୋଲା ଯାଇଛି । ବୁଧବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସଂସଦରେ ଦିନ ୧୧ଟା ବେଳେ ବଜେଟ ଉପସ୍ଥାପନ କରି ଏହା କହିଛନ୍ତି ।୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ମୋଦୀ ସରକାରଙ୍କ ଶେଷ ତଥା ପୂର୍ଣ୍ଣାଙ୍ଗ ବଜେଟ । 

ଏହି ଅବସରରେ ଅର୍ଥମନ୍ତ୍ରୀ ନିଜର ବଜେଟ ଅଭିଭାଷଣରେ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ମହାମାରୀର ସଫଳ ଏବଂ ଦୃଢତାରର ମୁକାବିଲା କରାଯାଇଛି ।  ସାରା ଦେଶରେ ଟିକାକରଣ ପ୍ରୋଆକ୍ଟିଭ ମୋଡରେ କରାଯାଇଛି ।  ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ରାସନ ଦିଆଯାଇଛି । 

 



Powered by Froala Editor