ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ, କ’ଣ କହିଲେ ?

ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ, କ’ଣ କହିଲେ ?

ଜାତୀୟ ଖବର


ନୂଆଦିଲ୍ଲୀ: ସବୁ କଳ୍ପନାଜଳ୍ପନାର ଅନ୍ତଃ ଘଟିଛି । ବୁଧବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସଂସଦରେ ଦିନ ୧୧ଟା ବେଳେ ବଜେଟ ଉପସ୍ଥାପନ କରିଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ମୋଦୀ ସରକାରଙ୍କ ଶେଷ ତଥା ପୂର୍ଣ୍ଣାଙ୍ଗ ବଜେଟ । 

ଏହି ଅବସରରେ ସେ ନିଜର ବଜେଟ ଅଭିଭାଷଣରେ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ମହାମାରୀର ସଫଳ ଏବଂ ଦୃଢତାରର ମୁକାବିଲା କରାଯାଇଛି ।  ସାରା ଦେଶରେ ଟିକାକରଣ ପ୍ରୋଆକ୍ଟିଭ ମୋଡରେ କରାଯାଇଛି ।  ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ରାସନ ଦିଆଯାଇଛି ।

ମୁଣ୍ଡପିଛା ଆୟ ଦ୍ୱିଗୁଣିତ ହୋଇ ୧.୯୭ ଲକ୍ଷରେ ପହଞ୍ଚି ପାରିଛି ।  ସାରା ବିଶ୍ୱରେ ଭାରତ ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇପାରିଛି ।  ୧୨୦ କୋଟି ଲୋକଙ୍କୁ ୨୨୦ କୋଟି ଡୋଜ ଟିକା ଦିଆଯାଇଛି ।  ୯.୬ କୋଟି ଏଲପିଜି କନେକ୍ସନ ଦିଆଯାଇଛି ।  ୪୭ କୋଟି ପ୍ରଧାନମନ୍ତ୍ରୀ ଜନଧନ ଆକାଉଣ୍ଟ ଖୋଲା ଯାଇଛି ।  



Powered by Froala Editor