ବଜେଟ-୨୦୨୩କୁ କ୍ୟାବିନେଟ ଅନୁମୋଦନ

ବଜେଟ-୨୦୨୩କୁ କ୍ୟାବିନେଟ ଅନୁମୋଦନ

ଜାତୀୟ ଖବର

ନୂଆଦିଲ୍ଲୀ:କିଛି ସମୟର ପ୍ରତୀକ୍ଷା । ଆସିବ କେନ୍ଦ୍ରୀୟ ବଜେଟ ୨୦୨୩ । ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ ଆସିବ ।  ୨୦୨୪ ସାଧାରଣ ନିର୍ବାଚନ ଥିବାରୁ ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ । ତେବେ ଏହା ପୂର୍ବରୁ ବଜେଟ ୨୦୨୩କୁ କ୍ୟାବିନେଟ ଅନୁମୋଦନ ମିଳିଛି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ବଜେଟ-୨୦୨୩କୁ ଅନୁମୋଦନ ମିଳିଛି । ଏହା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂଦସରେ ବଜେଟ ଉପସ୍ଥାପନ କରିଛନ୍ତି ।


ଏହା ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଷ୍ଟ୍ରପତି ଭବନରେ ପହଞ୍ଚିଥିଲେ । ସେଠାରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ । ବଜେଟକୁ ରାଷ୍ଟ୍ରପତି ମଞ୍ଜୁରୀ ଦେଇଛନ୍ତି । ଆଉ ତା’ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ପହଞ୍ଚିଥିବା ଜଣାଯାଇଛି । ଦିନ ୧୧ଟାରେ ସଂସଦରେ ଅର୍ଥମନ୍ତ୍ରୀ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି ।


ଏହି ବଜେଟରେ କେନ୍ଦ୍ର ସରକାର ସବୁ ବର୍ଗର ବ୍ୟକ୍ତିଙ୍କୁ ଖୁସି କରିବାକୁ ଚେଷ୍ଟା କରିପାରନ୍ତି । ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପାଇଁ ଟିକସ ରିହାତି ସମ୍ଭାବନା ରହିଛି । ଗ୍ରାମୀଣ ନିଯୁକ୍ତି ଓ ଗୃହ ନିର୍ମାଣ ଆଦିକୁ ପ୍ରାଧାନ୍ୟ ମିଳିପାରେ ବୋଲି କୁହାଯାଉଛି ।


ଅନ୍ୟପକ୍ଷରେ ବଜେଟ ପୂର୍ବରୁ ଷ୍ଟକ ମାର୍କେଟରେ ଉତ୍ସାହ ଦେଖିବାକୁ ମିଳିଛି । ସେନସେକ୍ସ ୪୦୦ ପଏଣ୍ଟରୁ ଅଧିକ ବଢିଛି ।  ସେହିପରି ଏନଏସଇ ନିଫ୍ଟି ୧୦୬ ପଏଣ୍ଟ ବଡି ୧୭, ୭୬୮ରେ ପହଞ୍ଚିଛି ।



Powered by Froala Editor