ସିଗାରେଟ୍‌, ସୁନା ହେଲା ମହଙ୍ଗା

ସିଗାରେଟ୍‌, ସୁନା ହେଲା ମହଙ୍ଗା

ଜାତୀୟ ଖବର

ନୂଆଦିଲ୍ଲୀ: ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ମୋଦୀ ସରକାରଙ୍କ ଶେଷ ତଥା ପୂର୍ଣ୍ଣାଙ୍ଗ ବଜେଟ। ବଜେଟ୍‌ରେ ମିଳିଥିବା ସୂଚନା ଅନୁଯାୟୀ ସୁନା ମଙ୍ଗା ହୋଇଛି। ସେହିପରି ସିଗାରେଟ୍‌, ଚାନ୍ଦିରେ ତିଆରି ପାତ୍ର, ପ୍ଲାଟିନମ୍‌ ଉପରେ କଷ୍ଟମ୍‌ ଡ୍ୟୁଟି ବଢ଼ାଯାଇଥିବାରୁ ଏହାର ମୂଲ୍ୟ ବୃଦ୍ଧି ହୋଇଥିବା ସୂଚନା ମିଳୁଛି। ଚାନ୍ଦିର ସାମଗ୍ରୀ ମଧ୍ୟ ବଢ଼ିଥିବା ସୂଚନା ମିଳଛି। ସଗାରେଟ୍‌ ଉପରେ କଷ୍ଟମ୍‌ସ ଡ୍ୟୁଟି ବଢ଼ାଯାଇଥିବାରୁ ଏହାର ମୂଲ୍ୟ ବୃଦ୍ଧି ହେଉଥିବା ସୂଚନା ମିଳୁଛି।  

ତେବେ ଚଳିତ ବଜେଟରେ ବଜେଟରେ ରେଳ ପାଇଁ ୨.୪୦ ଲକ୍ଷ କୋଟି ଘୋଷଣା କରାଯାଇଛି । ସେହିପରି କ୍ୟାପିଟାଲ ଇନଭେଷ୍ଟମେଣ୍ଟ ୧୦ ଲକ୍ଷ କୋଟିକୁ ବୃଦ୍ଧି ଘୋଷଣା କରାଯାଇଛି । ଭିତ୍ତିଭୂମି ପାଇଁ ରାଜ୍ୟମାନଙ୍କୁ ସୁଧମୁକ୍ତ ଋଣ ଆଉ ବର୍ଷକ ପାଇଁ ବୃଦ୍ଧି କରାଯାଇଛି । ସହରାଞ୍ଚଳ ବିକାଶ ପାଇଁ ଅର୍ବାନ ଇନଫ୍ରା ଫଣ୍ଡର ଘୋଷଣା କରାଯାଇଛି । ଅର୍ବାନ ଇନଫ୍ରା ଫଣ୍ଡ ପାଇଁ ୧୦ ହଜାର କୋଟିର ବ୍ୟବସ୍ଥା କରାଯାଇଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପାଇଁ ୩ଟି ସେଣ୍ଟର ଅଫ ଏକ୍ସଲେନ୍ସ ପ୍ରତିଷ୍ଠା ହେବ । ୫୦ଟି ନୂଆ ଏୟାରପୋର୍ଟ, ହେଲି ପ୍ୟାଡ ପ୍ରତିଷ୍ଠା କରାଯିବ । କେୱାଇସି ବ୍ୟବସ୍ଥାକୁ ଅଧିକ ସରଳୀକରଣ କରାଯିବ ।

Powered by Froala Editor