ବଜେଟ ଉପସ୍ଥାପନ କରି ନିର୍ମଳା ସୀତାରମଣ ବଡ଼ ଘୋଷଣା କରିଛନ୍ତି। ମଧ୍ୟବିତ୍ତଙ୍କୁ ଟ୍ୟାକ୍ସ ବ୍ୟବସ୍ଥାରେ ମିଳିଛି ଖୁସି ଖବର ମିଳିଛି। ଅର୍ଥାତ ୭ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଆୟରେ ଟ୍ୟାକ୍ସ ଛାଡ଼ କରାଯାଇଥିବା ବେଳେ ୧୫ ଲକ୍ଷରୁ ଅଧିକ ରୋଜଗାର ଉପରେ ୩୦ ପ୍ରତିଶତ ଟ୍ୟାକ୍ସ ବ୍ୟବସ୍ଥା କରାଯାଇଛି। ତେବେ ଆସନ୍ତୁ ଜାଣିବା କେତେ ଟଙ୍କା ଆୟ ଉପରେ କେତେ ଟ୍ୟାକ୍ସ ରଖାଯାଇଛି।
ନୂଆ ଟ୍ୟାକ୍ସ ବ୍ୟବସ୍ଥାରେ କଣ ରହଛି ସ୍ଲାବ୍ ଜାଣନ୍ତୁ
୦ରୁ ୩ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଆୟ ଉପରେ କୌଣସି ଟ୍ୟାକ୍ସ ବ୍ୟବସ୍ଥା ନାହିଁ
୩ରୁ ୬ ଲକ୍ଷ ପର୍ୟ୍ୟନ୍ତ ଆୟ ଉପରେ ୫ ପ୍ରତିଶତ ଟ୍ୟାକ୍ସ ବ୍ୟବସ୍ଥା ରହିଛି
୬ରୁ ୯ ଲକ୍ଷ ପର୍ୟ୍ୟନ୍ତ ଆୟ ଉପରେ ୧୦ ପ୍ରତିଶତ
୯ରୁ ୧୨ ଲକ୍ଷ ପର୍ୟ୍ୟନ୍ତ ଆୟ ଉପରେ ୧୫ %
୧୨ରୁ ୧୫ ଲକ୍ଷ ପର୍ୟ୍ୟନ୍ତ ଆୟ ଉପରେ ୨୦%
୧୫ ଲକ୍ଷ ଉପରେ ଆୟ ଉପରେ ୩୦ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡ଼ିବ
ପୂର୍ବରୁ ୭ ଲକ୍ଷ ଆୟ ଉପରେ ୩୩ ହଜାର ୮୦୦ ଟଙ୍କା ଆୟକର ଦେବାକୁ ପଡ଼ୁଥିଲା। ମାତ୍ର ବର୍ତ୍ତମାନ ଏହା ଉପରେ କୌଣସି କର ଦେବାକୁ ହେବ ନାହିଁ।
Powered by Froala Editor
