ବରଗଡ ରେ ଯୋଗ ଦେବେ ନୂତନ ଆରକ୍ଷୀ ଅଧିକ୍ଷକ

ବରଗଡ ରେ ଯୋଗ ଦେବେ ନୂତନ ଆରକ୍ଷୀ ଅଧିକ୍ଷକ

ରାଜ୍ୟ ଖବର

ପ୍ରହଲ୍ଲାଦ ସହାୟ ମୀନା ବରଗଡ଼ର ନୂଆଁ ଏସପି
******************************
ବରଗଡ଼: ବରଗଡ଼ ଜିଲ୍ଲାର ନୂତନ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ହେଲେ ପ୍ରହଲ୍ଲାଦ ଶହାୟ ମୀନା । ସେ ପୂର୍ବରୁ ବୌଦ୍ଧ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଥିଲେ । ତାଙ୍କ ସମୟରେ ବୌଦ୍ଧ ଜିଲ୍ଲାରେ ଚୋରି, ଡକାୟତି ଆଦି ନିୟନ୍ତ୍ରଣ ହୋଇଥିଲା । ସେହିପରି ଗଞ୍ଜେଇ ଚାଷ ଓ ଚାଲାଣ ବୃଦ୍ଧି ପାଉଥିବାରୁ ଗ୍ରୀନ କ୍ଲିନ ମିଶନ ଆରମ୍ଭ କରି ଲକ୍ଷାଧିକ ଗଞ୍ଜେଇ ଚାଷ ନଷ୍ଟ କରାଯିବା ସହ ଚାଲାଣକାରୀଙ୍କୁ ଗିରଫ କରାଯାଇଥିଲା । ଆଜି ରାଜ୍ୟ ସରକାର ଙ୍କ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ଶ୍ରୀ ମୀନା ଙ୍କୁ ବରଗଡ ବଦଳି ହୋଇଥିବା ବେଳେ ବରଗଡ ଆରକ୍ଷୀ ଅଧିକ୍ଷକ ସ୍ମିତ ପି ପାରମାର ଙ୍କୁ ଝାରସୁଗୁଡ଼ା ଜିଲ୍ଲା କୁ ବଦଳି ହୋଇଛି।  

Powered by Froala Editor