ବ୍ରହ୍ମପୁର : ସ୍କୁଟି ସହ ଧକ୍କା ହେଲା କାର୍। ବୁଧବାର ବିଳମ୍ବିତ ରାତିରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ମାଆ ଓ ପୁଅଙ୍କ ଜୀବନ ଚାଲିଯାଇଛି। କାର୍ ଡ୍ରାଇଭର୍ ଓ ଗାଡିରେ ଥିବା ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଏମକେସିଜିରେ ଭର୍ତ୍ତି କରାଯାଇଛି।
ସୂଚନାନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ଓଡି ୦୭ଜେ୬୨୧୮ ନମ୍ଵର ବିଶିଷ୍ଟ ଏକ ସ୍କୁଟି ସହ ଏମ୍ଏଚ୍ ୧୦ ଏଏନ୍୯୧୪ ନମ୍ଵର ବିଶିଷ୍ଟ ଏକ କାର୍ ଧକ୍କା ହୋଇଛି। ଫଳରେ ସ୍କୁଟିରେ ଯାଉଥିବା ଆଙ୍କୁଲି ନିଗମ ନଗର ଅଞ୍ଚଳର କୁନୁ ମାଷ୍ଟର ଓ ତାଙ୍କ ମାଆଙ୍କ ମୃତ୍ୟୁ ହୋଇଛି। ସେହିପରି କାର୍ ଡ୍ରାଇଭର୍ ଓ ଗାଡିରେ ଥିବା ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଏମକେସିଜିରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଏତେ ଜୋରଦାର୍ ଥିଲା ଯେ, ଉଭୟ ଗାଡି କ୍ଷତିଗ୍ରସ୍ତ ହୋଇଛନ୍ତି।
Powered by Froala Editor
