କଫ୍ ସିରପ୍‌ର ଅଧିକ ଡୋଜ୍  କେତେ କ୍ଷତିକାରକ ଜାଣନ୍ତୁ ?

କଫ୍ ସିରପ୍‌ର ଅଧିକ ଡୋଜ୍ କେତେ କ୍ଷତିକାରକ ଜାଣନ୍ତୁ ?

ଜାତୀୟ ଖବର

କାଶ ହେଉ ଅବା ଗଳା ସଂକ୍ରମଣ ଡାକ୍ତର କଫ୍‌ ସିରପ୍‌ ନେବାକୁ ପରାମର୍ଶ ଦେଇଥାନ୍ତି । ପ୍ରାୟ ସମସ୍ତଙ୍କ ପାଇଁ ଏହା ଏକ ସାଧାରଣ ଔଷଧ । କିନ୍ତୁ ଜାଣନ୍ତି କି ଏହାର ମାତ୍ରାଧିକ ବ୍ୟବହାର ଶରୀରକୁ କ୍ଷତି ପହଞ୍ଚାଇଥାଏ । ତେଣୁ ଡାକ୍ତରଙ୍କ ବିନା ପରାମର୍ଶରେ ଏହାର ବ୍ୟବହାର ଆଦୌ କରନ୍ତୁ ନାହିଁ । ଏହାର ଡୋଜ୍‌ ବୟସ ଓ ସ୍ୱାସ୍ଥ୍ୟବସ୍ଥା ଉପରେ ନିର୍ଭର କରିଥାଏ ।

ପାର୍ଶ୍ୱ ପ୍ରତିକ୍ରିୟା

ଡାକ୍ତର କହିଥିବା ଡୋଜ୍‌ ହିଁ ନେବା ଆବଶ୍ୟକ । ନିଜ ଇଚ୍ଛା ଅନୁସାରେ ଡୋଜ୍‌କୁ କମ୍‌ ଅଧିକ କରିବା ଅନୁଚିତ୍‌ । ଏପରି କରିବା ଦ୍ୱାରା ହୃଦୟର ଗତି ବଢିବା, ମୁଣ୍ଡ ବୁଲାଇବା, ଅଚେତ୍‌ ହେବା ପରି ଲାଗିବା, ଝାପ୍‌ସା ଦେଖାଯିବା, ବାନ୍ତି, ଅଧିକ ନିଦ ଆସିବା ଓ ମୁଣ୍ଡବିନ୍ଧା ପରି ସମସ୍ୟା ଅସିଥାଏ । ଆବଶ୍ୟକଠାରୁ ଅଧିକ କଫ୍‌ ସିରପ୍‌ ହୃଦୟ ପାଇଁ କ୍ଷତିକାରକ । ଏପରି କିଛି ସମସ୍ୟା ଆସିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

କେମିତି କରିବେ ବ୍ୟବହାର?

ଯଦି ଡାକ୍ତରଙ୍କ ପରାମର୍ଶ ନେଉଥାନ୍ତି, ତେବେ ଡୋଜ୍‌ ନେବାରେ ସମସ୍ୟା ନାହିଁ । କିନ୍ତୁ ଯଦି ନିଜେ କିଣୁଛନ୍ତି, ତେବେ ସେଥିରେ ଲେଖା ହୋଇଥିବା ନିୟମକୁ ପାଳନ କରନ୍ତୁ । ଏହି ଡୋଜ୍‌ ବୟସ, ମେଡିକାଲ୍‌ କଣ୍ଡିସନ୍‌ ଓ ଚିକିତ୍ସା ସ୍ତର ଉପରେ ନିର୍ଭର କରିଥାଏ । ଡୋଜ୍‌କୁ ମାପ ଅନୁସାରେ ହିଁ ନିଅନ୍ତୁ । ଔଷଧ ଖାଇବାର ଏକ ସପ୍ତାହ ପରେ ଯଦି କାଶ ନ କମିଲା, ତେବେ ଡାକ୍ତରଙ୍କ ପରାମର୍ଶ କରନ୍ତୁ ।



Powered by Froala Editor