‘ସବ୍‌କା ସାଥ୍‌ ସବ୍‌କା ବିକାଶ’ କଲା ଭଳି ବଜେଟ ମନେ ହେଉନାହିଁ: ପଞ୍ଚାନନ କାନୁନଗୋ

‘ସବ୍‌କା ସାଥ୍‌ ସବ୍‌କା ବିକାଶ’ କଲା ଭଳି ବଜେଟ ମନେ ହେଉନାହିଁ: ପଞ୍ଚାନନ କାନୁନଗୋ

ଜାତୀୟ ଖବର

କେନ୍ଦ୍ର ଅର୍ଥମନ୍ତ୍ରୀ ଆଗତ କରିଥିବା ଆର୍ଥିକ ବର୍ଷ ୨୦୨୩-୨୪ର ବଜେଟ ଗଣତି ଦୃଷ୍ଟିରୁ ପୂର୍ବ ଅପେକ୍ଷା ବଡ଼। ଯଦି ଏହାର ଶେଷ ସିଦ୍ଧାନ୍ତକୁ ଲକ୍ଷ୍ୟ ରଖିବା ତେବେ ଏହା ‘ସବ୍‌କା ସାଥ୍‌ ସବ୍‌କା ବିକାଶ’ କଲା ଭଳି ବଜେଟ ମନେ ହେଉନାହିଁ। ଏହାର ଜିଡିପି ୨୦୨୩-୨୪ରେ ୬%ରୁ ଊର୍ଦ୍ଧ୍ବ ରହିବ ନାହିଁ। ସବୁଠାରୁ ବଡ଼ ବିପଦର କାରଣ ମୁଦ୍ରାସ୍ଫୀତି ଓ ଦରଦାମ୍‌ ବୃଦ୍ଧି ନିୟନ୍ତ୍ରଣରେ ରହିବ ନାହିଁ। ସବୁବର୍ଗର ଆୟକାରୀ ଭାବିଥିଲେ ଏହି ବଜେଟରେ ସମସ୍ତଙ୍କୁ କିଛି ନା କିଛି ଆଶ୍ବାସନ ମିଳିବ, ତାହା ଫଳପ୍ରଦ ହେଲାନାହିଁ। ଯଦିଓ ମଧ୍ୟବିତ୍ତ ପରିବାରଙ୍କୁ କିଛି ପରିମାଣରେ ଆୟ କରରେ ରିଆତି ଘୋଷଣା କରାଯାଇଛି, 

ବାସ୍ତବରେ ଏହା                                                                                                   ସେମାନଙ୍କ ଆର୍ଥିକ ସ୍ବଚ୍ଛଳତା ବା ସବଳତାକୁ ସୁଦୃଢ଼ କରିବାରେ ସହାୟକ ହେବନାହିଁ। କୃଷି ଓ କୃଷକ ବିଶେଷ ଉତ୍ସାହିତ ହେବା ଭଳି ବଜେଟ ନୁହେଁ। ଏ ବଜେଟ ନିଯୁକ୍ତି ସୃଷ୍ଟି କରିବା ସମ୍ଭବ ନୁହେଁ। ଯଦିଓ କୁହାଯାଉଛି, ୩୮ ହଜାର ଶିକ୍ଷକଙ୍କୁ ଆଦିବାସୀ ସ୍କୁଲରେ ନିଯୁକ୍ତି ଦିଆଯିବ ତାହା ୨୦୨୩-୨୪ରେ ହୋଇପାରିବ ନାହିଁ। କାରଣ ଏହା ନୂଆ ସ୍କୁଲ ପାଇଁ ଉଦ୍ଦିଷ୍ଟ। ଏହିସବୁ କଥାକୁ ଲକ୍ଷ୍ୟ କଲେ ଆୟକାରୀଙ୍କ ମଧ୍ୟରେ ତାରତମ୍ୟ ସୃଷ୍ଟି କରିବାରେ ସହାୟକ ହେବ ଏବଂ ମଧ୍ୟବିତ୍ତ ପରିବାର ଆୟ ସଙ୍କୁଚିତ ହେବ।



Powered by Froala Editor