୨୦ ହଜାର କୋଟି ଟଙ୍କାର ଏଫପିଓ ବାତିଲ ଆଦାନୀ ଏଣ୍ଟରପ୍ରାଇଜେସ୍ ଲିମିଟେଡ

୨୦ ହଜାର କୋଟି ଟଙ୍କାର ଏଫପିଓ ବାତିଲ ଆଦାନୀ ଏଣ୍ଟରପ୍ରାଇଜେସ୍ ଲିମିଟେଡ

ଜାତୀୟ ଖବର

ଆଦାନୀ ଏଣ୍ଟରପ୍ରାଇଜେସ୍ ଲିମିଟେଡ ପକ୍ଷରୁ ୨୦ ହଜାର କୋଟି ଟଙ୍କାର ଫଲୋ ଅନ୍ ପବ୍ଲିକ ଅଫର ବା ଏଫପିଓ ବାତିଲ ହୋଇଛି । ବିକ୍ରି ପାଇଁ ରଖାଯାଇଥିବା ସେୟାରକୁ କିଣିବା ପାଇଁ ଅଧିକ ଲୋକ ଆବେଦନ କରି ସାରିଛନ୍ତି । କିନ୍ତୁ କମ୍ପାନୀ ଏହି ଏଫପିଓକୁ ବାତିଲ କରିଦେଇଛି । କମ୍ପାନିର ବୋର୍ଡ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏବେର ଅଭୂତପୂର୍ବ ସ୍ଥିତି ଏବଂ ବଜାରରେ ରହିଥିବା ଅସ୍ଥିରତା କାରଣରୁ ଆଦାନୀ ଗ୍ପୁର ଏପରି ନିଷ୍ପତ୍ତି ନେଇଥିବା କହିଛିି ।


ନିବେଶକମାନଙ୍କୁ ଅର୍ଥ ଫେରସ୍ତ କରିବ ବୋଲି କମ୍ପାନୀ କହିଛି । କମ୍ପାନୀର ବାଲାନ୍ସ ସିଟ୍ କିନ୍ତୁ ମଜବୁତ ଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ଆମେରିକାର ହିଣ୍ଡେନବର୍ଗ ରିସର୍ଚ୍ଚର ରିପୋର୍ଟ ପରେ ଆଦାନୀ ଗ୍ରୁପର ତାଲିକାଭୁକ୍ତ କମ୍ପାନୀଗୁଡିକର ସେୟାରର ମୂଲ୍ୟ ଲଗାତାର ହ୍ରାସ ଘଟିଛି । ବୁଧବାର ଦିନ ଆଦାନୀ ଏଣ୍ଟରପ୍ରାଇଜେସର ଷ୍ଟକ୍ ଗୋଟିଏ ଦିନରେ ୨୮ ପ୍ରତିଶତରୁ ଅଧିକ ହ୍ରାସ ପାଇଛି । ଆଦାନୀ ଏଣ୍ଟରପ୍ରାଇଜେସର ୨୦ ହଜାର କୋଟି ଟଙ୍କାର ଏଫପିଓ ଦେଶର ସବୁଠାରୁ ବଡ ଏଫପିଓ ମଧ୍ୟରୁ ଅନ୍ୟତମ ।



Powered by Froala Editor