ଜୟପୁର : ଦିନିକିଆ ଜୟପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକ୍ରମଦେବ ସ୍ୱୟଂଶାସିତ କଲେଜ ପ୍ଲାଟିନମ୍ ଜୁବୁଲିରେ ଯୋଗଦେବେ ।ଶୁକ୍ରବାର ପୂର୍ବାହ୍ଣ ସାଢେ ୧୧ଟାରେ ମୁଖ୍ୟମନ୍ତ୍ରୀ କଲେଜ ପରିସରରେ ପହଞ୍ଚିବେ । ମିଶନଶକ୍ତି ଗ୍ରୁପ୍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନିତ କରାଯିବ । ଏହାପରେ ସେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ସରିଥିବା କାମର ଉଦ୍ଘାଟନ କରିବେ ।
ବିନା ସୁଧରେ ୨ଟି ମହିଳା ସ୍ୱୟଂସହାୟିକା ଗୋଷ୍ଠୀକୁ ଋଣ ପ୍ରଦାନ କରାଯିବ । ସୋଭେନିୟର୍ ଏବଂ କୋରାପୁଟ ପର୍ୟ୍ୟଟନ ଉପରେ ସ୍ୱତନ୍ତ୍ର ପୋଷ୍ଟାଲ କଭର୍ ଉନ୍ମୋଚନ କରାଯିବ । କଲେଜ ଆଲୁମିନି ପକ୍ଷରୁ ତାଙ୍କୁ ସମ୍ମାନିତ କରାଯିବ । କାର୍ୟ୍ୟକ୍ରମ ସାରି ମଧ୍ୟାହ୍ଣରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଅଭିମୁଖେ ବାହାରିବେ ।
Powered by Froala Editor
