ସଠିକ୍‌ ତରିକାରେ ପାଣି ନପିଇଲେ ମାଡି ଆସିବ ଏହି ସବୁ ରୋଗ

ସଠିକ୍‌ ତରିକାରେ ପାଣି ନପିଇଲେ ମାଡି ଆସିବ ଏହି ସବୁ ରୋଗ

ବିଶେଷ ଖବର

ପାଣି ବିନା ଜୀବନର କଳ୍ପନା କରାଯାଇ ପାରେନା । ପାଣି ଆମ ଶରୀରକୁ ହାଇଡ୍ରେଟ୍‌ ରଖିବା ସହ ଅନେକ କାର୍ୟ୍ୟରେ ସାହାଯ୍ୟ କରିଥାଏ । କିନ୍ତୁ ପାଣି ପିଇବାର ଉପକାର ପାଇବା ପାଇଁ ଏହାକୁ ଠିକ୍‌ ଉପାୟରେ ପିଇବା ଉଚିତ୍‌ । ଅଷ୍ଟାଙ୍ଗ ପ୍ରାକ୍ଟିସନର ଓ ପ୍ରାଣାୟାମ ଶିକ୍ଷକ ପ୍ରଶାନ୍ତଙ୍କ ମୁତାବିକ , ୮୫ ପ୍ରତିଶତରୁ ଅଧିକ ଲୋକ ଭୁଲ୍‌ ଉପାୟର ପାଣି ପିଇଥାନ୍ତି। ଯେଉଁଥି ପାଇଁ ତାଙ୍କର ହେୟାର ଫଲ୍‌ , କୋଷ୍ଠ କାଠିନ୍ୟର ରୋଗ ଭଳି ଅନେକ ସମସ୍ୟା ଦେଖା ଦେଇଥାଏ  ।

ଭୁଲ୍‌ ଉପାୟରେ ପାଣି ପିଇବା ଯୋଗୁଁ ହୋଇଥାଏ ଏହି ରୋଗ 

ଅର୍ଥରାଇଟିସ୍‌
ହୃଦ୍‌ରୋଗ
କୋଷ୍ଠ କାଠିନ୍ୟ
ବଦହଜମୀ
ପେଟ ସମସ୍ୟା
ଚର୍ମରୋଗ
ହେୟାର ଫଲ୍‌
ଠିଆ ହୋଇ ପାଣି ପିଇବା ଉଚିତ୍‌ ନୁହେଁ –

ବିଶେଷଜ୍ଞ ପ୍ରଶାନ୍ତଙ୍କ ମୁତାବିକ, ଅଧିକାଂଶ ଭାବେ ଲୋକ ଭୁଲ୍‌ ଉପାୟରେ ପାଣି ପିଅନ୍ତି । କିଛି ଲୋକ ତ ଦୌଡ଼ି ଦୌଡ଼ି ବା ଚାଲି ଚାଲି ମଧ୍ୟ ପାଣି ପିଇଥାନ୍ତି । କିନ୍ତୁ ଏମିତି କରିବା ଆପଣଙ୍କ କିଡନୀ ଖରାପ ହୋଇପାରେ । କାରଣ ଏହି ସ୍ଥିତିରେ କିଡନୀ ପାଣିକୁ ଫିଲଟର କରିପାରେ ନାହିଁ । ଯେଉଁଥି ପାଇଁ କିଡନୀ ଫୁଲିବା ଭଳି ସମସ୍ୟା ଦେଖାଦେଇ ଥାଏ ।ଶରୀରରେ ଫ୍ଲୁଇଡ୍‌ ବାଲାନ୍ସ ବିଗିଡ଼ି ଯାଏ । ଫ୍ଲୁଇଡ୍‌ ବାଲାନ୍ସ ବିଗିଡ଼ିବା ଯୋଗୁଁ ଗଣ୍ଠି ଆଦିରେ ଯନ୍ତ୍ରଣା ବା ଅର୍ଥରାଇଟିସ୍‌ର ରୋଗ ହୋଇପାରେ ।

ବିଶେଷଜ୍ଞଙ୍କ ମତରେ, ପାଣି ବସିକରି ପିଇବା ଉଚିତ୍‌ । ଯଦି ସମ୍ଭବ ହୁଏ , ତ ପାଣି ପିଇବା ପାଇଁ ସ୍କ୍ୱେଟ୍‌ ପୋଜିସନ ବେଷ୍ଟ ହୋଇଥାଏ । ଏହି ପୋଜିସମରେ କିଡନୀ ବାଲାନ୍ସ ଓ ରିଲାକ୍ସ ହୋଇଥାଏ । କାରଣ ତାଙ୍କୁ ହିପ୍ସ ଓ ଲେଗ୍‌ର ସପୋର୍ଟ ମିଳିଥାଏ । ଏହି ପୋଜିସନରେ ପେଟର ମାଂସପେଶୀ ମଧ୍ୟ ରିଲାକ୍ସ ରହିଥାଏ ।


ଖୁବ୍‌ ଜୋରରେ ପାଣି  ପିଅନ୍ତୁ ନାହିଁ – ଖୁବ୍ ଜୋରରେ ପାଣି ପିଇବା ଦ୍ୱାରା ଶରୀର ଠିକ୍‌ ଭାବେ ଅବଶୋଷିତ କରିପାରେ ନାହିଁ ଏବଂ ବାହାରକୁ ବାହାର କରିଦିଏ । ଏହିପରି  ଆପଣଙ୍କୁ ପିଇବା ଦ୍ୱାରା ଲାଭ ହୋଇନଥାଏ ।

ଫ୍ରିଜ୍‌ର ଥଣ୍ଡା ପାଣି ବି ପିଇବା ଉଚିତ ନୁହେଁ – ଫ୍ରିଜ୍‌ର ଥଣ୍ଡା ପାଣି ପିଇବା ଦ୍ୱାରା ଗଳା ବନ୍ଦ ହୋଇଯାଏ ଏବଂ କାଶ ସମସ୍ୟା ବି ଦେଖାଦିଏ । ଥଣ୍ଡା ପାଣି ପିଇବା ଦ୍ୱାରା ରକ୍ତ ବାହିକା ସଙ୍କୁଚିତ ହୋଇଥାଏ । ପାଚନ ତନ୍ତ୍ର ଯାଏ ରକ୍ତ ପହଞ୍ଚି ପାରେନାହିଁ । ଯେଉଁଥି ପାଇଁ ଖାଦ୍ୟ ହଜମ ହୁଏନାହିଁ । କୋଷ୍ଠକାଠିନ୍ୟ ସମସ୍ୟା ବି ଆରମ୍ଭ ହୁଏ । ଫଳରେ ଜଏଣ୍ଟରେ  ଯନ୍ତ୍ରଣା ଓ ହାର୍ଟ ସମ୍ୱନ୍ଧୀୟ ରୋଗ ହୋଇପାରେ । ଏଥିପାଇଁ ଅଳ୍ପ ଉଷୁମ ପାଣି ପିଅନ୍ତୁ ।


କେଉଁ ସମୟରେ ପାଣି ପିଇବା ଭଲ – ବିଶେଷଜ୍ଞଙ୍କ ମତରେ ଆପଣଙ୍କୁ ଯେବେ ଶୋଷ ଲାଗୁଛି , ସେତେବେଳେ ପାଣି ପିଅନ୍ତୁ । କିନ୍ତୁ ସକାଳ ସମୟ ପାଣି ପିଇବା ଅଭ୍ୟାସ ନିଶ୍ଚୟ କରନ୍ତୁ । ଉଠିବା କ୍ଷଣି ବାସି ମୁହଁରେ ୧ରୁ ୨ ଗ୍ଲାସ ପାଣି ପିଇବା ଉଚିତ୍‌ । ଖାଇବାର ୩୦-୪୦ ମିନିଟ ପୂର୍ବରୁ ଓ ଖାଇବାର ୪୦ ମିନିଟ୍‌ ପରେ ପାଣି ପିଇବା ଉଚିତ୍‌।


କେତେ ପାଣି ପିଇବା –ଗୋଟେ ଦିନରେ ପାଣିର ଆବଶ୍ୟକତା ଆପଣଙ୍କର ବୟସ , ଲିଙ୍ଗ , ଶାରୀରିକ କାର୍ୟ୍ୟାକଳାପ , ଉଚ୍ଚତା ଆଦି ଉପରେ ନିର୍ଭର କରିଥାଏ । ହେଲେ  ହାରାହାରି  ଜଣେ ବ୍ୟକ୍ତିଙ୍କୁ ୨ରୁ ୩ ଲିଟର ପାଣି ପ୍ରତିଦିନ ପିଇବା ଉଚିତ ।

Powered by Froala Editor