ଭୁବନେଶ୍ୱର: ହିନ୍ଦୀ ଆସିବ ଦମନ । ଆଜି ୫୦୦ ହଲରେ ରିଲିଜ୍ ହେବ ଦମନ ଫିଲ୍ମର ହିନ୍ଦୀ ରୂପାନ୍ତର । ଏଥିପାଇଁ ଦମନର ପୂରା ଟିମ୍ ମୁମ୍ବାଇ ଗସ୍ତରେ ଅଛି । ଆଜି ମୁମ୍ବାଇ ପିଭିଆର ହଲରେ ପ୍ରିମିୟର ସୋ’ କରାଯିବ । ୨୦୨୨ ନଭେମ୍ବରରେ ଡାକ୍ତରଙ୍କ କାହାଣୀକୁ ନେଇ ଓଡ଼ିଆରେ ରିଲିଜ୍ ହୋଇଥିଲା ଫିଲ୍ମ ଦମନ ।
ରାଜ୍ୟର ୪୩ଟି ହଲରେ ଫିଲ୍ମ ରିଲିଜ୍ ହୋଇଥିଲା । ପରେ ଦେଶବ୍ୟାପୀ ଚର୍ଚ୍ଚାର ପରିସରକୁ ଆସିବା ସହ ଓଡ଼ିଆ ସିନେମା ଇତିହାସରେ ନୂଆ ଫର୍ଦ୍ଦ ଯୋଡି ହୋଇଯାଇଥିଲା । ଏଥି ସହ ଦେଶର ୬ଟି ପ୍ରମୁଖ ସହରରେ ମୁକ୍ତିଲାଭ କରିଥିଲା ଫିଲ୍ମ । ଏହାର ଲୋକପ୍ରିୟତା ବୃଦ୍ଧି ଯୋଗୁ ପ୍ରଯୋଜନା ସଂସ୍ଥା ଏହାର ହିନ୍ଦି ଡବିଂ କରିଛନ୍ତି।
୨୦୨୨ ନଭେମ୍ବର ୪ରେ ସତ୍ୟ ଘଟଣା ଉପରେ ଆଧାରିତ ଜଣେ ଯୁବ ଡାକ୍ତରଙ୍କ କାହାଣୀକୁ ନେଇ ପରଦାକୁ ଆସିଥିଲା ‘ଦମନ’ । ରାଜ୍ୟର ୪୩ଟି ହଲ୍ରେ ଏହା ମୁକ୍ତିଲାଭ କରିଥିଲା। ପରେ ଦେଶବ୍ୟାପୀ ଚର୍ଚ୍ଚାର ପରିସରକୁ ଆସିବା ସହ ଓଡ଼ିଆ ସିନେମା ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ିଥିଲା। ଏହାର ଲୋକପ୍ରିୟତା ବୃଦ୍ଧି ଯୋଗୁଁ ପ୍ରଯୋଜନା ସଂସ୍ଥା ଏହାର ହିନ୍ଦୀ ଡବିଂ ଲାଗି ଇଚ୍ଛା ପ୍ରକାଶ କରିଥିଲେ ।
Powered by Froala Editor
