ଆମେରିକା ବାସିନ୍ଦା ଡ଼ାକ୍ତର ଲିଣ୍ଡା କ୍ରେମର୍ , ତାଙ୍କ ଦାବି ମୁତାବକ ସେ କିଛି ସମୟ ପାଇଁ ପ୍ରାଣ ହରାଇଥିଲେ ଏବଂ ସ୍ୱର୍ଗକୁ ଯାଇ ପୁଣି ପ୍ରାଣ ଫେରି ପାଇଛନ୍ତି । ତାଙ୍କର ଏହି ଭିଡ଼ିଓ ଟି ୟୁଟ୍ୟୁବରେ ଲକ୍ଷାଧିକ ଥର ଶେୟାର ହୋଇସାରିଲାଣି । ୨୦୦୧ ମସିହା ମେ ୬ ତାରିଖ ସକାଳେ ଲିଣ୍ଡା ନିସ୍ତେଜ ହୋଇଯିବାରୁ ଘରଲୋକେ ତାଙ୍କୁ ଡ଼ାକ୍ତରଖାନା ନେଇଯାଇଥିଲେ । ଡ଼ାକ୍ତର ତାଙ୍କୁ ସେଠି ମୃତ ଘୋଷଣା କରିଥିଲେ । ୧୪ ମିନିଟ୍ ପରେ ଲିଣ୍ଡା ଶେଜରୁ ଉଠି ବସିଲେ । ବଡ଼ ପାଟିରେ କହିଲେ , ମୁଁ ସ୍ୱର୍ଗ ଦେଖି ଫେରିଲି । ସେଇ ୧୪ ମିନିଟ୍କୁ ସେ ୫ ବର୍ଷ ସମୟ ସୀମା ବୋଲି କହିଛନ୍ତି । ଉଚ୍ଚ ପାହାଡ଼ ଚଢି ସେ ଅତିକ୍ରମ କରିଥିଲେ ।
ସ୍ୱର୍ଗରେ ଚାରିପାଖ ବେଶ୍ ଉଜ୍ଜ୍ୱଳ ବୋଲି ସେ କହିଛନ୍ତି । ସେଠି କେତେଜଣଙ୍କ ସହ ଲିଣ୍ଡା କଥା ମଧ୍ୟ ହୋଇଥିଲେ । ହଠାତ୍ କିନ୍ତୁ ସେ ପୁଣି ଜୀବନ ଫେରି ପାଇଥିଲେ । ଲିଣ୍ଡା ବାରମ୍ବାର ନିଜ କଥାକୁ ବହୁ ବର୍ଷ କହିବା ପରେ ମଧ୍ୟ କେହି ବିଶ୍ୱାସ କରି ନଥିଲେ । କେଇ ମାସ ତଳେ ଜଣେ ବିଶେଷଜ୍ଞ ତଙ୍କେ କଥାକୁ ସତ ବୋଲି ଗ୍ରହଣ କରି ତା’ର ଭିଡ଼ିଓ କରି ୟୁ ଟ୍ୟୁବରେ ଅପଲୋଡ଼ କରିଥିଲେ ।
Powered by Froala Editor
