*ଅମ୍ବାଭୋନା ବ୍ଲକ୍ ରେ "ପିଲାଙ୍କ ପାଖରେ ପାଠାଗାର କାର୍ଯ୍ୟକ୍ରମ* ***************************ଵରଗଡ଼: ପିଲାଙ୍କ ପାଖରେ ପାଠାଗାର ପହଞ୍ଚାଇବାର ପ୍ରୟାସ ଜାରି ରଖିଥିବା ବରଗଡ଼ର "ଶିଶୁଶ୍ରୀ ଭ୍ରାମ୍ୟମାଣ ପାଠାଗାର" ତା'ର ବ୍ଲକ ପରିକ୍ରମା କ୍ରମରେ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍ ରେ "ପିଲାଙ୍କ ପାଖରେ ପାଠାଗାର" କାର୍ଯ୍ୟକ୍ରମ ଇତି ମଧ୍ୟରେ ଆୟୋଜନ କରିସାରିଛି। ଅମ୍ବାଭୋନା ସ୍ଥିତ କେଦାରନାଥ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ହୋତା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୂଆଗଡ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଶିକ୍ଷାବିତ୍ ସୁନୀଲ କୁମାର ସାହୁ , ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ମନୋରଞ୍ଜନ ସାହୁ ଓ ସମ୍ମାନିତ ଅତିଥି ଭାବେ ବାଞ୍ଝିପାଲି ଉଚ୍ଚ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ନିରୂପମା ସାହୁ ଯୋଗଦାନ କରି ଭାରତ କଥା ଓ କାହାଣୀର ଦେଶ ଓ ସେହି କଥା ଓ କାହାଣୀ ସବୁ ପୁସ୍ତକ ଅଧ୍ୟୟନରୁ ପ୍ରାପ୍ତ ହୋଇଥାଏ ଓ ପୁସ୍ତକ-ପଠନ ବ୍ୟକ୍ତିର ସୃଜନୀ ଶକ୍ତି କୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରୁ ତୁଳାରାମ ପ୍ରଧାନ,ଶିବ କୁମାର ଦାଶ, ଜିତେନ୍ଦ୍ର ନାୟକ, ଅଚ୍ୟୁତ ନାୟକ, ଉପମ ପ୍ରଧାନ, ଝରଣା ଦାସ, ସ୍ଵପ୍ନା ସାହୁ, ସୈରେନ୍ଧ୍ରି ରଥ, ସରସ୍ଵତୀ ଭୋଇ, ସିଲା ଭୋଇ ଓ ଗୈାରୀ ସେଠ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ପୁସ୍ତକ ପଠନ ଓ ପାଠାଗାର ର ଉପାଦେୟତା ବିଷୟରେ ବୁଝାଇ ପୁସ୍ତକ କିଣିବା ଓ ପୁସ୍ତକ ଉପହାର ପ୍ରଦାନ କରିବାର ଅଭ୍ୟାସ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ। ପାଠକୀୟ ବକ୍ତବ୍ୟ ପ୍ରଦାନ କରି ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ସ°ଧ୍ୟାରାଣୀ ସେଠ, କବିତା ଖଡିଆ ଓ ଶ୍ରୁତି ମାଝି ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ହାସଲ କରି ଜିଲ୍ଲା ସ୍ତରରେ ପୁରସ୍କୃତ ହେବା ପାଇଁ ମନୋନୀତ ହୋଇଥିଲେ। ପାଠାଗାରର ଆବାହକ ଶିଶୁ ସାହିତ୍ୟିକ ଡକ୍ଟର ରବିନାରାୟଣ ସାହୁ ପ୍ରାରମ୍ଭିକ ସୂଚନା ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଶିକ୍ଷକ ଦିନବନ୍ଧୁ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
Powered by Froala Editor
