ପ୍ରହଲ୍ଲାଦ ମୀନା ବରଗଡ଼ର ନୂଆଁ ଏସପି

ପ୍ରହଲ୍ଲାଦ ମୀନା ବରଗଡ଼ର ନୂଆଁ ଏସପି

ରାଜ୍ୟ ଖବର

ପ୍ରହଲ୍ଲାଦ ମୀନା ବରଗଡ଼ର ନୂଆଁ ଏସପି । କଠିନ ପରିଶ୍ରମ କରି ଗ୍ୟାଙ୍ଗ ମ୍ୟାନ ରୁ ଆଇ ପି ଏସ ।

****************************ବରଗଡ଼: ବରଗଡ଼ ଜିଲ୍ଲାର ନୂତନ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ହେଲେ ପ୍ରହଲ୍ଲାଦ ଶହାଇ ମୀନା । ସେ ପୂର୍ବରୁ ବୌଦ୍ଧ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଥିଲେ । ତାଙ୍କ ସମୟରେ ବୌଦ୍ଧ ଜିଲ୍ଲାରେ ଚୋରି, ଡକାୟତି ଆଦି ନିୟନ୍ତ୍ରଣ ହୋଇଥିଲା । ସେହିପରି ଗଞ୍ଜେଇ ଚାଷ ଓ ଚାଲାଣ ବୃଦ୍ଧି ପାଉଥିବାରୁ ଗ୍ରୀନ କ୍ଲିନ ମିଶନ ଆରମ୍ଭ କରି ଲକ୍ଷାଧିକ ଗଞ୍ଜେଇ ଚାଷ ନଷ୍ଟ କରାଯିବା ସହ ଚାଲାଣକାରୀଙ୍କୁ ଗିରଫ କରାଯାଇଥିଲା ।

    ଛାତ୍ର ଜୀବନ ରେ ଜଣେ ମେଧାବୀ ଛାତ୍ର ଥିଲେ। ବାପା ଶିବରାମ ମୀନା ଜଣେ ନିମ୍ନ ମଧ୍ୟବିତ୍ତ ଚାଷୀ ।ତେଣୁ ଜଣେ ନିମ୍ନ ମଧ୍ୟବିତ୍ତ ଚାଷୀ ପରିବାର ରୁ ଆସିଥିବାରୁ ପ୍ରହଲ୍ଲାଦ ଙ୍କୁ ଛାତ୍ର ଜୀବନ ରେ ପାଠ ପଢିବା  ରେ ବହୁ ବାଧା ବିଘ୍ନ ର ସମ୍ମୁଖୀନ ହେବାକୁ ପଡିଥିଲା। ସେ ପ୍ରଥମେ ମାଟ୍ରିକ ଯାଏ ନିଜ ର ଗ୍ରାମ ରାଜସ୍ଥାନ ରାଜ୍ୟ ର  ଦୌସା ଜିଲ୍ଲା ରାମଗଡ ବ୍ଲକ ର ପଚବାରା ତହସିଲ ନିଜାମପୁର- ଆଭାନେରି  ଗ୍ରାମ ର ଶିବରାମ ମୀନା ଓ ପ୍ରେମୀ ଦେବୀ ଙ୍କ ସୁପୁତ୍ର ଅଟନ୍ତି ପ୍ରହଲ୍ଲାଦ। ଗ୍ରାମ ର ସରକାରୀ ସ୍କୁଲ୍ ରେ ନିଜର ପଢା ଜୀବନ ଆରମ୍ଭ କରି ଦଶମ ଶ୍ରେଣୀ ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ।ଶ୍ରୀ ମୀନା ଇଞ୍ଜିନୟରିଙ୍ଗ୍ ପାଠ ପଢିବା କୁ ଇଚ୍ଛା ରଖିଥିବା ବେଳେ ପରିବାର ର ଆର୍ଥିକ ସ୍ଥିତି ଠିକ୍ ନ ଥିବାରୁ ସେ ସେଥିରୁ ନିବୃତ ରହିଥିଲେ। ଗ୍ରାମ ପାଖରେ କୌଣସି ବିଦ୍ୟାଳୟ ରେ ବିଜ୍ଞାନ ପାଠ ପଢା ହେଉ ନଥିବାରୁ ସେ ବାଧ୍ୟ ହୋଇ କଳା ରେ ନାମ ଲେଖାଇଥିଲେ। ସେଥିରେ ମଧ୍ୟ ସେ ଯୁକ୍ତ ଦୁଇ ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ।ପରେ ପରେ ଆର୍ଥିକ ପରିସ୍ଥିତି ଯୋଗୁଁ ସେ ସରକାରୀ ଚାକିରି ଖୋଜିବାରେ ଲାଗିଥିଲେ। ଯୁକ୍ତ ଦୁଇ ପଢିଥିବା ସମୟ ରେ ତାଙ୍କର ନିଜ ଗ୍ରାମ ର ଜଣେ ଯୁବକ ରେଲୱେ ରେ ଗ୍ୟାଙ୍ଗ ମ୍ୟାନ ଭାବରେ ଯୋଗ ଦେଇଥିଲେ। ତାହା ଦେଖି ଶ୍ରୀ ମୀନା ମଧ୍ୟ ଏହି ପରୀକ୍ଷା ପାଇଁ ନିଜର ପଢା ଆରମ୍ଭ କରିଦେଇଥିଲେ। ପରେ ରାଜସ୍ଥାନ ମହାବିଦ୍ୟାଳୟ ରେ ନାମ ଲେଖାଇଥିଲେ। ସେ ଦ୍ଵିତୀୟ ବର୍ଷ ରେ ଥିବା ବେଳେ ୨୦୦୮ ମସିହା ରେ ପ୍ରଥମ ଥର ସରକାରୀ ଚାକିରି ଭାବରେ ଭୁବନେଶ୍ୱର ଯୋନ ରେ ଗ୍ୟାଙ୍ଗ ମ୍ୟାନ ଭାବରେ ଚାକିରି ମିଳିଥିଲା ଓ ସେ ତାହା ଯୋଗ ଦେଇଥିଲେ। ପରେ ପରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ରେ ସେହି ୨୦୦୮ ବ୍ୟାଙ୍କ୍ ସହାୟକ,୨୦୧୦ ରେ ସେହି ବ୍ୟାଙ୍କ୍ ରେ ପ୍ରବେଶନରି ଅଧିକାରୀ ସହ ଅନେକ ଚାକିରି ତାଙ୍କୁ ପ୍ରତିଭା ବଳରେ ମିଳି ପାରିଥିଲା। କିନ୍ତୁ ୨୦୧୭ ମସିହାରେ ଓଡ଼ିଶା କେଡର ଆଇ ପି ଏସ ପାଇବା ଯେଭଳି ତାଙ୍କ ଜୀବନ ର ମୋଡ ବଦଳାଇ ଦେଇଥିଲା। ଏହା ପୂର୍ବରୁ ସେ ତିନିଥର ସିଭିଲ ସର୍ଭିସ ପରୀକ୍ଷାର ଅକୃତକାର୍ଯ୍ୟ ହୋଇଥିଲେ। ଆଇପିଏସ ଭାବରେ ତାଙ୍କର ଟ୍ରେନିଂ ପରେ ସେ ପ୍ରଥମେ ମାଲକାନଗିରି ଏସଡିପିଓ ଭାବରେ ଯୋଗ ଦେଇଥିଲେ। ତାପରେ ଆରକ୍ଷୀ ଅଧିକ୍ଷକ ନବରଙ୍ଗପୁର,ମାଲକାନଗିରି ଓ ବୌଦ୍ଧ ପରେ ଏବେ ବରଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭାବରେ ଆଜି ଯୋଗ ଦାନ କରିଛନ୍ତି।

Powered by Froala Editor