ଜିଲ୍ଲା ର ଆଇନ ଶୃଙ୍ଖଳା ପରିସ୍ଥିତି ବ୍ୟବସ୍ଥିତ କରିବା,ଇଣ୍ଟେଲିଜେନ୍ସ କୁ ବୃଦ୍ଧି କରିବା ଓ ପୋଲିସ ଜନତା ସୁସମ୍ପର୍କ ଉପରେ ଗୁରୁତ୍ବ ଦେବି --- ପ୍ରହଲ୍ଲାଦ ସହାୟ ମୀନା , ଆରକ୍ଷୀ ଅଧିକ୍ଷକ
************************
ବରଗଡ : ଜିଲ୍ଲା ର ଆଇନ ଶୃଙ୍ଖଳା ପରିସ୍ଥିତି ସଜାଡ଼ିବା ସହ ପୋଲିସ ବିଭାଗ ର ଇଣ୍ଟେଲିଜେନ୍ସ ଦକ୍ଷତା ବୃଦ୍ଧି କରିବା ଉପରେ ଗୁରୁତ୍ବ ଦେବେ ବୋଲି ଆଜି ବରଗଡ ରେ ନୂତନ ଭାବରେ ଯୋଗ ଦେଇଥିବା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନା କହିଛନ୍ତି। ଜିଲ୍ଲା ପୋଲିସ ମୁଖ୍ୟାଳୟ ରେ ସାମ୍ବାଦିକ ମାନଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତକାର ରେ ଶ୍ରୀ ମୀନା କହିଥିଲେ ଯେ ସେ ଆଇନ ଶୃଙ୍ଖଳା ପରିସ୍ଥିତି କୁ ଅତ୍ୟନ୍ତ ଗୁରୁତ୍ଵ ଦେବା ସହ , ଜିଲ୍ଲା ରେ ପୋଲିସ ଓ ଜନ ସାଧାରଣ ଙ୍କ ମଧ୍ୟରେ ରହୁଥିବା ଦୂରତା କରି ବରଗଡ ପୋଲିସ କୁ ଲୋକାଭିମୁଖୀ କରିବାକୁ ଚେଷ୍ଟା କରିବେ ବୋଲି କହିଥିଲେ।ସେ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ପ୍ରତିଶ୍ରୁତି ଦେଇ କହିଥିଲେ ଯେ ସେ ଜିଲ୍ଲା ର ସମସ୍ତ ଥାନା ଅଞ୍ଚଳ ବ୍ୟକ୍ତିଗତ ଭାବରେ ବୁଲିବା ପରେ ବିଭିନ୍ନ ପଦକ୍ଷେପ ନେବେ ଏବଂ ଜିଲ୍ଲା ରୁ ନିଶା କାରବାର ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଅନୈତିକ କାର୍ଯ୍ୟ କିଭଳି ଦୂର ହେବା ତା ଉପରେ ଗୁରୁତ୍ବ ଦେବେ । ଏହା ସହ ସେ ଜନ ସାଧାରଣ ଙ୍କ ସହଯୋଗ ରେ ଜିଲ୍ଲା ରେ ଏକ ଉତ୍ତମ ପୋଲିସ ବ୍ୟବସ୍ଥା ପ୍ରତିଷ୍ଠା କରିବାକୁ ଦୃଢୋକ୍ତି ପ୍ରକାଶ କରିଥିଲେ।
Powered by Froala Editor
