ନିଷ୍ଠା ର ରକ୍ତ ଦାନ ଶିବିର ରୁ ୫୩ୟୁନିଟ ରକ୍ତ ସଂଗୃହୀତ

ନିଷ୍ଠା ର ରକ୍ତ ଦାନ ଶିବିର ରୁ ୫୩ୟୁନିଟ ରକ୍ତ ସଂଗୃହୀତ

ରାଜ୍ୟ ଖବର

ସରକାରୀ ଆଇ ଟି ଆଇ ଓ ନିଷ୍ଠା ପରିବାର ତରଫରୁ ଆୟୋଜିତ ରକ୍ତ ଦାନ ଶିବିର ରୁ ୫୩ୟୁନିଟ ରକ୍ତ ସଂଗୃହୀତ

---------------------------------------------ବରଗଡ :୦୩/୦୨: ସରକାରୀ ଆଇ ଟି ଆଇ,ବରଗଡ଼ ଓ ନିଷ୍ଠା ପରିବାରର ମିଳିତ ଆନୁକୁଲ୍ୟରେ ସରକାରୀ ଆଇ ଟି ଆଇ, ବରଗଡ଼ ଠାରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥି ଭାବରେ ବରଗଡ଼ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ ଯୋଗ ଦେଇ ଫିତା କାଟି ଶିବିର ର ଶୁଭାରମ୍ଭ କରିଥିଲେ। ରକ୍ତ ଦାନ ଶିବିର ପରିସର ରେ ବିଧାୟକ ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ପ୍ରାୟତଃ ପ୍ରଥମ ଥର ପାଇଁ ସମସ୍ତେ ରକ୍ତ ଦାନ କରିଥିବାରୁ ବିଧାୟକ ଅତ୍ୟନ୍ତ ଖୁସି ହୋଇ ସମସ୍ତ ରକ୍ତ ଦାତା ମାନଙ୍କୁ ଧନ୍ୟବାଦ ଦେଇଥିଲେ ଓ ଆଗମୀ ଦିନରେ ଛାତ୍ର ଛାତ୍ରୀ ମାନେ ନିୟମିତ ବ୍ୟବଧାନ ରେ ରକ୍ତ ଦାନ କରିବାକୁ ଉତ୍ସାହିତ କରିଥିଲେ।ଏହି ଶିବିର ରୁ ବରଗଡ ରକ୍ତ ଭଣ୍ଡାର ଦ୍ୱାରା ସର୍ବମୋଟ #୫୩ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ପ୍ରିନ୍ସପାଲ ଇଂ ଅନିଲ ରାଉତ ଙ୍କ ଦୃଢ଼ ଇଚ୍ଛା ଶକ୍ତି ପାଇଁ ଏହି ଶିବିର ଟି ସଫଳ ହେଲା। ନିଷ୍ଠା ପରିବାର ତରଫରୁ କଲେଜ କତୃପକ୍ଷ ଙ୍କୁ ମୋମଣ୍ଟୋ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଶିବିର କୁ ଆଇ ଟି ଆଇ ର ହିମାଂଶୁ ଦାସ କୋଡ଼ିନେଟର, ମହେଶ୍ୱତା ପଡ଼ିହାରୀ ପି ଇ ଟି ଓ ନିଷ୍ଠା ପରିବାର ର ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ,ଉପ ସଭାପତି କ୍ଷିରୋଦ୍ର ସାହୁ,ମହିଳା ଶାଖା ର ସଂଯୋଜିକା ତ୍ରିପୁରା ଶୁହୁଲା ଙ୍କ ସମେତ ଅନ୍ୟ ସଦସ୍ୟ ସଦସ୍ୟା ଶିବିର ପରିଚାଳନା କରିଥିଲେ।



Powered by Froala Editor