ବିବାହରେ ବିଳମ୍ବ ହେଉଛି କି? ଏପରି କରନ୍ତୁ

ବିବାହରେ ବିଳମ୍ବ ହେଉଛି କି? ଏପରି କରନ୍ତୁ

ବିଶେଷ ଖବର


ଅନେକ ସମୟରେ ଜାତକରେ ଥିବା ସମସ୍ୟା କାରଣରୁ ହେଉ କିମ୍ବା ଅନ୍ୟ କିଛି କାରଣରୁ ବିବାହରେ ବିଳମ୍ବ ହୋଇଥାଏ। ଉତ୍ତମ ଜୀବନସାଥିଟିଏ ମିଳିବାରେ ଅନେକ ସମୟ ଲାଗିଥାଏ। ବେଳେ ବେଳେ ସ୍ଥିରୀକୃତ ହୋଇଥିବା ବିବାହ ମଧ୍ୟ ଭାଙ୍ଗି ଯାଏ। ତେବେ ବିବାହରେ ବିଳମ୍ବ କିମ୍ବା ସମସ୍ୟା ହେଉଥିଲେ, ଏହି ସରଳ ଉପାୟ ଆପଣ।ନ୍ତୁ..

ବିବାହରେ ବିଳମ୍ବ ହେଉଥିଲେ, ଖାଦ୍ୟରେ ହଳଦୀ ରଙ୍ଗ ଜିନିଷର ଅଧିକ ସେବନ କରନ୍ତୁ। ଏହାସହ ପ୍ରତ୍ୟେକ ଖାଦ୍ୟରେ ହଳଦୀ ନିଶ୍ଚୟ ସାମିଲ କରନ୍ତୁ। ସ୍ନାନ ଜଳରେ ମଧ୍ୟ ନିୟମିତ ହଳଦୀ ମିଶାଇ ସ୍ନାନ କରନ୍ତୁ।
ଗୋମାତାଙ୍କର ସେବା କରିବା ସହ ନିୟମିତ ଖାଦ୍ୟ ଦେବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ। ଗାଈଙ୍କୁ ଗୁରୁବାର ଦିନ ବୁଟ ଡାଲି, ଗୁଡ, ଅଟା, ହଳଦୀ ମିଶାଇ ଗାଈଙ୍କୁ ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ବିବାହ ଶୀଘ୍ର ହୋଇଥାଏ।
ସ୍ନାନ କରିବା ପରେ ପରଫ୍ୟୁମ୍‌‌ର ବ୍ୟବହାର କରନ୍ତୁ। ଏହାଦ୍ୱାରା ବିବାହରେ ଆସୁଥିବା ସମସ୍ୟା ଦୂର ହେବ।
ଯେକୌଣସି କନ୍ୟାଙ୍କ ବିବାହ ସମାରୋହରେ ଯୋଗ ଦେଉଥିଲେ, ଉପହାର କିମ୍ବା ଆବଶ୍ୟକ ବ୍ୟକ୍ତିଙ୍କୁ ବିବାହ ପାଇଁ ଦାନ ନିଶ୍ଚୟ ଦିଅନ୍ତୁ।
ଏହାଦ୍ୱାରା ଭାଗ୍ୟରେ ସୁପରିବର୍ତ୍ତନ ଆସିବା ସହ ବିବାହ ଶୀଘ୍ର ହୋଇଥାଏ।

Powered by Froala Editor