ଭୁବନେଶ୍ୱର: ସବୁଦିନ ଗାଧୋଇବା ଆମ ନିତ୍ୟକର୍ମ ମଧ୍ୟରୁ ଗୋଟିଏ । ହିନ୍ଦୁଶାସ୍ତ୍ର ଅନୁସାରେ ନିତ୍ୟ ଗାଧୋଇବାର ବିଶେଷ ମହତ୍ତ୍ୱ ରହିଥାଏ । କିନ୍ତୁ ଗାଧୋଇବା ସମୟରେ ମଧ୍ୟ କିଛି କଥା ଉପରେ ଧ୍ୟାନ ଦେବା ଆବଶ୍ୟକ ହୋଇଥାଏ । କିଛି ଏପରି ଭୁଲ ୟୁରିନାରୀ ବ୍ଲାଡରକୁ ମଧ୍ୟ ପ୍ରଭାବିତ କରିଥାଏ । ଆସନ୍ତୁ ଜାଣିବା ଗାଧୋଇବା ସମୟରେ କେଉଁ ସବୁ କଥା ପ୍ରତି ଧ୍ୟାନ ଦେବା ଆବଶ୍ୟକ ।
ଗାଧୋଇବା ସମୟରେ ଏକା ସହିତ ଦୁଇଟି ଜିନିଷ କରନ୍ତୁ ନାହିଁ
ସ୍ନାନ କରିବା ସମୟରେ ଅଧିକାଂଶ ଲୋକଙ୍କର ପରିସ୍ରା କରିବାର ଅଭ୍ୟାସ ଥାଏ । ଯାହାକି ଏକ ସାଧାରଣ କଥା । କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ଗାଧୋଇବା ସମୟରେ ପରିସ୍ରା କରିବା ଏକ ଅପରିଷ୍କାର ଅଭ୍ୟାସ ହୋଇଥାଏ । ଯାହାକି ଶରୀର ପାଇଁ ବହୁତ କ୍ଷତିକାରକ ହେବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ବିପଜ୍ଜନକ ହୋଇଥାଏ । ତେଣୁ ଗାଧୋଇବା ସମୟରେ ପରିସ୍ରା କରିବା ଉଚିତ୍ ନୁହେଁ ।
ବ୍ଲାଡର ହୋଇପାରେ ପ୍ରଭାବିତ
ଯଦି ଆପଣ ସାୱାର ତଳେ ଛିଢା ହୋଇ ଗାଧୋଉଛନ୍ତି ଏବଂ ସେହି ସମୟରେ ପ୍ରରିସ୍ରା କରୁଛନ୍ତି ତେବେ ଏହା ଆପଣଙ୍କ ବ୍ଲାଡରକୁ ବହୁ ମାତ୍ରାରେ ପ୍ରଭାବିତ କରିଥାଏ । କାରଣ ସ୍ୱାୱାରର ସେହି ପାଣି ଶବ୍ଦରେ ବ୍ଲାଡର ସମ୍ପୂର୍ଣ୍ଣ ରୂପେ ଖାଲି ହୋଇପାରେ ନାହିଁ ।
ଏଥିସହିତ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ମହିଳାମାନେ ଯେତେବେଳେ ଛିଡା ହୋଇ ପରିସ୍ରା କରିଥାନ୍ତି, ସେତେବେଳେ ସେମାନେ ପେଲବିକ୍ ମସଲକୁ ମଧ୍ୟ ସମ୍ପୂର୍ଣ୍ଣ ରୂପରେ ଆରାମ ଦେଇ ପାରନ୍ତି ନାହିଁ । ଫଳରେ ଏହା ବ୍ଲାଡର ଉପରେ ପ୍ରଭାବ ପକାଇଥାଏ । ତେଣୁ ଗାଧୋଇବା ସମୟରେ ମହିଳାମାନେ ଛିଡା ହୋଇ ପରିସ୍ରା କରିବା ଉଚିତ୍ ନୁହେଁ । ଏପରି କରୁଥିଲେ ଏହାକୁ ତୁରନ୍ତ ପରିବର୍ତ୍ତନ କରନ୍ତୁ । ନଚେତ୍ ଏହା ୟୁରିନାରୀ ବ୍ଲାଡରକୁ ଖରାପ କରିପାରେ ।
Powered by Froala Editor
