ଭାରସାମ୍ୟ ହରାଇ ଓଲଟିଲା ପିକଅପ : ୧୫ ରୁ ଉର୍ଦ୍ଧ୍ୱ କୃଷି ଶ୍ରମିକ ଆହତ

ଭାରସାମ୍ୟ ହରାଇ ଓଲଟିଲା ପିକଅପ : ୧୫ ରୁ ଉର୍ଦ୍ଧ୍ୱ କୃଷି ଶ୍ରମିକ ଆହତ

ରାଜ୍ୟ ଖବର

ଭାରସାମ୍ୟ ହରାଇ ଓଲଟିଲା ପିକଅପ : ୧୫ ରୁ ଉର୍ଦ୍ଧ୍ୱ କୃଷି ଶ୍ରମିକ ଆହତ
******************************
ବରଗଡ଼ : ବରଗଡ଼-ବିଜେପୁର ରାସ୍ତାର ଝାଡେଶ୍ୱର ନିକଟରେ ଏକ ପିକଅପ ଭ୍ୟାନ ଓଲଟିପଡିବାରୁ ସେଥିରେ ଥିବା ୧୫ ରୁ ଉର୍ଦ୍ଧ୍ୱ କୃଷି ଶ୍ରମିକ ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରି ବରଗଡ଼ ପୁରୁଣା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ସୂଚନା ଯୋଗ୍ୟ ଯେ ବରଗଡ଼ ଅଡଗାଁରୁ ଧାନ ପହ୍ଲା ରୋହି ୨୨ ଜଣ କୃଷି ଶ୍ରମିକ ଓଡି ୦୩ ଡବ୍ଲ୍ୟୁ ୪୧୦୦ ନମ୍ବରର ଏକ ପିକଅପ ଯୋଗେ ନିଜ ଗାଁକୁ ଯାଉଥିଲେ । ତେବେ ଝାଡେଶ୍ୱର ମନ୍ଦିର ନିକଟରେ ପିକଅପ ଭ୍ୟାନ ଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା ବେଳେ ଡ୍ରାଇଭର ସମେତ ୧୫ ରୁ ଉର୍ଦ୍ଧ୍ୱ କୃଷି ଶ୍ରମିକ ଆହତ ହୋଇଥିଲେ । ଆହତମାନେ ଗାଇସିଲେଟ ବ୍ଳକ କୁଲୁବାହାଲ, ବଲାଙ୍ଗୀର ଜିଲ୍ଳା ସିଂହେନମୁଣ୍ଡା ଅଂଚଳର ବୋଲି ଜଣାପଡିଥିବା ବେଳେ ସେମାନଙ୍କ ମୁଣ୍ଡ , ହାତ ଗୋଡରେ ଆଘାତ ଲାଗିଥିବା ଜଣାପଡିଛି ।  ଆହତମାନଙ୍କୁ ପୁରୁଣା ଜିଲ୍ଳା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସିତ କରାଯାଉଛି ।ଆହତ ମାନଙ୍କ ମଧ୍ୟରେ ବଲାଙ୍ଗୀର ଜିଲ୍ଲା ସିଂହାନି ମୁଣ୍ଡା ଗ୍ରାମ ର ସୁଶାନ୍ତ ରାଉତ (୬୦), ଶ୍ରୀକାନ୍ତ ରାଉତ (୧୬) ,ଯମୁନା ରାଉତ(୧୭),କୁନୁ ରାଉତ(୫୦), ଗାଡ଼ି ଡ୍ରାଇଭର ଦଧି ରାଉତ, ଟିକମ୍ ସରାଫ , ବିଶାଖା ସରାଫ,ଅରୁଣା ସରାଫ,ଫିନ୍ନତି ସରାଫ,ଭବାନୀ ସରାଫ, ରାଜ କୁମାରୀ ପଟନିଆ,ଶିବା ରାଉତ, ଲିଜା ମହାପାତ୍ର,ଲୀଳାବତୀ ସରାଫ , ଜିତୁ (୧୫) , ମଞ୍ଜରୀ ମହାପାତ୍ର,ପ୍ରେମଲତା ସରାଫ (୫୩), ଅମିଲା ସରାଫ, ଜୟନ୍ତୀ ସରାଫ, ଅର୍ଜୁନ ସରାଫ, ଉଦିଆ ସରାଫ ଙ୍କ ସମେତ ପ୍ରାୟ୧୫  ଜଣ ରୁ ଉର୍ଦ୍ଧ୍ବ ଦୁର୍ଘଟଣା ରେ ଆହତ ହୋଇଛନ୍ତି।

Powered by Froala Editor