ଝାରସୁଗୁଡ଼ା : ମହିଳାଙ୍କୁ ଏସିଡ୍ ମାଡ଼। ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ବାଗଡିହି ଗାଁରେ ଏଭଳି ଘଟଣା ଘଟିଛି। ମହିଳାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନାନୁଯାୟୀ, ଝାରସୁଗୁଡ଼ା ଅର୍ଡା ଆଶ୍ରମ ସ୍କୁଲରେ ପିଅନ ଭାବେ କାମ କରୁଥିବା ଜଣେ ବିଧବା ମହିଳାଙ୍କୁ ଏସିଡ୍ ମାଡ଼ ହୋଇଛି। ସ୍କୁଲରୁ ଫେରୁଥିବା ବେଳେ କେହି ଦୁର୍ବୃତ୍ତ ଆସି ଏସିଡ୍ ମାଡ଼ କରିଛନ୍ତି। ଫଳରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଭିମ୍ସାରରେ ଭର୍ତ୍ତି କରାଯାଇଛି। ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ତେବେ କିଏ ଓ କାହିଁକି ଏସିଡ୍ ମାଡ଼ କରିଛି ସେନେଇ ପୋଲିସ ଖୋଳତାଡ଼ କରୁଛି।
Powered by Froala Editor
