ସରିଲା ଗୋଲାପ ଦିଆନିଆ, ଆଜି ପ୍ରସ୍ତାବ ଦିବସ

ସରିଲା ଗୋଲାପ ଦିଆନିଆ, ଆଜି ପ୍ରସ୍ତାବ ଦିବସ

ବିଶେଷ ଖବର

ଆସିଛି ସପ୍ତମ ଋତୁ ପ୍ରେମ । ପ୍ରେମର ପର୍ବ ଆଣିଛି ସମ୍ଭାବନାର ସନ୍ଧିକ୍ଷଣ । ଆଖିରେ ଆଖିଏ ସ୍ୱପ୍ନ । ମନରେ ଅସୁମାରୀ ଆଶା । ମନ ଭିତରେ ଚାପି ହୋଇରହିଛି ଅନେକ ଅକୁହା କଥା । ମନ ଯାହା କହିବାକୁ ଚାହୁଁଥିଲା, ତାହା ଆଜି ମନର ବାରଣ୍ଡା ଡେଇଁଛି ।

ପ୍ରେମ ଅତୀତରେ ଥିଲା, ଆଜି ଅଛି ଓ ଆସନ୍ତାକାଲି ବି ରହିବ । ସୂର୍ୟ୍ୟ, ଚନ୍ଦ୍ର ଆଉ ଈଶ୍ୱରଙ୍କ ଭଳି ପ୍ରେମ ହେଉଛି ନୀଳ ଆକାଶରେ ଶାନ୍ତ ଚନ୍ଦ୍ରରେଖା । ଅସରନ୍ତି ଅନ୍ତାକ୍ଷରୀ ହେଉଛି ପ୍ରେମ, କମା ଶୂନ୍ୟ କବିତା । ଯାହା କେବେ ସରେନି । ବରଂ ମାଡ଼ି ଚାଲେ ଆଗକୁଟ୍ଟଆଉ ଢ଼େର ଆଗକୁଟ୍ଟ । ପ୍ରେମ ଋତୁ ଆସିଲେ ମନକୁ ବାଉଳା କରେ ପ୍ରେମର ବଂଶୀସ୍ୱନ ।
ଭାଲେଣ୍ଟାଇନ୍‌ ସପ୍ତାହକୁ ଧୁମ୍‌ଧାମ୍‌ରେ ପାଳନ କରିବା ପାଇଁ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି । ବିଭିନ୍ନ କଲେଜ ଓ ପାର୍କ ପରିସରରେ ପ୍ରେମୀ ଯୁଗଳଙ୍କ ଏବେଠାରୁ ମେଳି ଜମିଲାଣି । ପ୍ରତି ମୂହୁର୍ତ୍ତକୁ ମନର ମଣିଷ ପାଇଁ କିଏ କେତେ ସ୍ପେଶାଲ୍‌ କରିପାରିବ ସେଥିପାଇଁ ଚାଲିଛି ପ୍ରତିଯୋଗିତା । କିଏ ଗିଫ୍ଟ ଓ କାର୍ଡରେ କାମ ଚଳାଇଦେବାକୁ ଯୋଜନା କରୁଛନ୍ତି ତ ଆଉ କିଏ ସରପ୍ରାଇଜ୍‌ ଦେବା ପାଇଁ ପ୍ଲାନିଂ କରୁଛନ୍ତି । ମନର ମଣିଷକୁ କ’ଣ ଉପହାର ଦେବେ, କିଭଳି ଭାବେ ପ୍ରେମ ନିବେଦନ କରିବେ ସେଥିପାଇଁ ପ୍ରସ୍ତୁତି ମଧ୍ୟ ଚାଲିଛି । ଫୁଲ, କେକ୍‌୍‌, ଗିଫ୍ଟ ସପ୍‌ଗୁଡ଼ିକରେ ଜିନିଷ କିଣା ହେଉଛି । ବିଶେଷ କରି ଶିକ୍ଷାନୁଷ୍ଠାନ ନିକଟ ସପ୍‌ଗୁଡିକରେ ଭିଡ଼ ଜମୁଛି । ଏହାକୁ ଦୃଷ୍ଟିରେ ରଖି ରାଜଧାନୀରେ ଆର୍ଚିଜ୍‌ ଗିଫ୍ଟ ଦୋକାନ୍‌ ଏବଂ ସିଜିନ୍‌ ଦୋକାନଗୁଡ଼ିକରେ ନୂଆ ନୂଆ ଗିଫ୍ଟ ରହିଛି । ଅପରପକ୍ଷେ ସାତଦିନ ଭିତରେ ଭଲ ବ୍ୟବସାୟ ହେବ ବୋଲି ବ୍ୟବସାୟୀମାନେ ଆଶା ବାନ୍ଧିଛନ୍ତି ।



Powered by Froala Editor